ହୀରାକୁଦ ଡ୍ୟାମ୍ର ଆଉ ୩ଟି ଗେଟ୍ ଖୋଲିଲା

ଆଜି ଖୋଲିଲା ହୀରାକୁଦ ଡ୍ୟାମ୍ର ଆଉ ୩ଟି ଗେଟ୍। ପୂର୍ବରୁ ହୀରାକୁଦ ଜଳଭଣ୍ଡାର ପାଞ୍ଚଟି ଗେଟ୍ ଖୋଲା ଯାଇ ବନ୍ୟା ଜଳ ନିଷ୍କାସନ ହେଉଥିଲା | ବର୍ତ୍ତମାନ ମୋଟ ୮ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଛି।
ବାମ ପଟରୁ ୫ଟି ଓ ଡାହାଣ ପଟରୁ ୩ଟି ଗେଟ୍ ଖୋଲା ଯାଇଛି। ବର୍ତ୍ତମାନ ଜଳସ୍ତର ୬୧୪.୫୬ ଫୁଟ ରହିଛି। ଡ୍ୟାମ ମଧ୍ୟକୁ ୧ଲକ୍ଷ ୩୨ ହଜାର ୮୨୬ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ଜଳଭଣ୍ଡାରରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ଯୋଗୁଁ ଗେଟ୍ ଖୋଲା ଯାଇଛି।
Powered by Froala Editor