ଏଟିଏମ୍ ଲୁଟ୍ ଉଦ୍ୟମ ବିଫଳ

ମାଲାକାନାଗିରି : ଦିନକୁ ଦିନ ଲୁଟେରାମାନଙ୍କ ଉପôାତ ବଢିବାରେ ଲାଗିଛି । ସୁନା ଗହଣାଠୁ ଆରମ୍ଭ କରି ଗାଡି, ମୋବାଇଲ୍ ଫୋନ୍, ଏଟିଏମ୍ରୁ ଟଙ୍କା ଲୁଟିବା ସତେ ଯେପରି ତାଙ୍କ ନିତିଦିନିଆ କାମ ହୋଇଗଲାଣି । କିନ୍ତୁ ଗତକାଲି ଲୁଟେରାଙ୍କ ଏଟିଏମ୍ ଲୁଟିବା ଉଦ୍ୟମ ପଣ୍ଡ ହୋଇଛି । ଏଭଳି ଘଟଣା ଘଟିଛି ମାଲକାନାଗିରି ଜିଲ୍ଲା କାଲିମେଳାଠାରେ ।
ଗତକାଲି ବିଳମ୍ବିତ ରାତିରେ ଲୁଟେରାମାନେ କାଲିମେଳା ଏଟିଏମ୍ ଲୁଟ କରିବାକୁ ଉଦ୍ୟମ କରିଥିଲେ । ପ୍ରଥମେ ଏଟିଏମର ସିସିଟିଭି ଭାଙ୍ଗିଥଲେ ଓ ପରେ ଏଟିଏମ୍ ଭାଙ୍ଗିଥିଲେ । ଏହାପରେ ସେଠାରେ ସାଇରନ୍ ବାଜିଥିଲା । ସାଇରନ୍ ଶୁଣି ସେଠାରେ ପୋଲିସ୍ ଗାଡି ପହଞ୍ଚିଥିଲା । ପୋଲିସକୁ ଦେଖିବାମାତ୍ରେ ଲୁଟେରାମାନେ ଚମ୍ପଟ ମାରିଥିଲେ । ଏଟିଏମ୍ ମେସିନ୍ ଭାଙ୍ଗି ଦେଇଥିଲେ ମଧ୍ୟ ଟଙ୍କା ନେଇ ଦୁର୍ବୃତ୍ତମାନେ ଟଙ୍କା ନେଇ ପାରିନଥିଲେ ।
Powered by Froala Editor