ଲାଞ୍ଚ କାରବାର ଘଟଣାରେ ପାଟଣାଗଡ଼ ଏସଡିଏମଓଙ୍କୁ ବଦଳି
ବଲାଙ୍ଗୀର: ହସ୍ପିଟାଲ ଭିତରେ ଲାଞ୍ଚ କାରବାର ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପାଟଣାଗଡ଼ ଏସଡିଏମଓ ବାଚସ୍ପତି ଦାସଙ୍କୁ ସଦର ମହକୁମାକୁ ବଦଳି କରାଯାଇଛି । ବଦଳି ସହ ତାଙ୍କ ବିରୋଧରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭାଗୀୟ ତଦନ୍ତ ଆରମ୍ଭ କରାଯାଇଛି ।
ଅନ୍ୟପକ୍ଷରେ ଭୀମଭୋଇ ମେଡିକାଲ ଅସ୍ଥିଶଲ୍ୟ ଓପିଡିର ଆଟେଣ୍ଡାଣ୍ଟ ଶଶିକାନ୍ତ ମିଶ୍ରଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି । ଉଭୟଙ୍କ ବିରୋଧରେ କର୍ଯ୍ୟାନୁଷ୍ଠାନ ନେଇ ବଲାଙ୍ଗୀର ସିଡିଏମଓ ସୂଚନା ଦେଇଛନ୍ତି ।
Powered by Froala Editor