ଝାଡ଼ାବାନ୍ତି ଆତଙ୍କ:୪ ମୃତ, ୧୬ ଅସୁସ୍ଥ
ରାୟଗଡ଼ା: ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ୍ରେ ଝାଡ଼ାବାନ୍ତି ଆତଙ୍କ। ଝାଡ଼ାବାନ୍ତିରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୬ରୁ ଅଧିକ ଜଣ ଅସୁସ୍ଥ ଅଛନ୍ତି। ସେମାନଙ୍କୁ ଟିକିରି ଓ କାଶିପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ଗତକାଲି ଟିକିରି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଆଜି ସକାଳେ ଝଡ଼ିଆ ସାହିରେ ଝାଡ଼ାବାନ୍ତିରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ସବୁ ଗାଁରେ ମେଡିକାଲ ଟିମ୍ ପହଞ୍ଚି ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ମେଡିକାଲ ଟିମ୍ ଗାଁ ଗୁଡ଼ିକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ବୋଲି ରାୟଗଡ଼ା ସିଡିଏମ୍ଓ କହିଛନ୍ତି।କେଉଁ କାରଣ ପାଇଁ କାଶିପୁର ବ୍ଲକ୍ରେ ଝାଡ଼ାବାନ୍ତି ବ୍ୟାପିଛି, ତାର କାରଣ ଜଣାପଡ଼ି ନାହିଁ।
Powered by Froala Editor