ଆଜିଠୁ ମାଗଣା ବୁଷ୍ଟର ଡୋଜ୍ ଆରମ୍ଭ
ଭୁବନେଶ୍ୱର: ଆଜିଠୁ ୧୮ରୁ ୬୦ ବର୍ଷ ବର୍ଗ ଲୋକଙ୍କ ପାଇଁ ବୁଷ୍ଟର ଡୋଜ ଆରମ୍ଭ ହେବ । ୟୁନିଟ-୪ ସହାରଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଏମ୍ସି କମିଶନର ଏହି ଟିକାକରଣର ଶୁଭାରମ୍ଭ କରିବେ । ସହରରେ ମୋଟ ୧୨ଟି ହସ୍ପିଟାଲରେ ଟିକାକରଣ ବ୍ୟବସ୍ଥା କରାଯାଇଛି ।
ରାଜଧାନୀରେ କୋଭିଡ ସଂକ୍ରମଣ ହୁ ହୁ ହୋଇ ବଢୁଛି । ଏହାକୁ ଦୃଷ୍ଟିରେ ରଖି ବୁଷ୍ଟର ଡୋଜ ଦେବାକୁ ନିଷ୍ପତ୍ତି ହୋଇଛି । ଏନେଇ ଖୁବ୍ ଶୀଘ୍ର ସ୍ଲଟ ବୁକିଂ ଆରମ୍ଭ ହେବ । ରାଜଧାନୀର କ୍ୟାପିଟାଲ ହସ୍ପିଟାଲ, ବିଏମ୍ସି ହସ୍ପିଟାଲ, ୟୁନିଟ-୪, ପଟିଆ, ଡୁମଡୁମା, ୟୁନିଟ-୮, ଆଇଆରସି ଭିଲେଜ, ଘାଟିକିଆ, ଏମ୍ଏସ୍, ସହିଦନଗର, ସାମାନ୍ତରାୟପୁର ଏବଂ କଳ୍ପନା ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକାକରଣ କରାଯିବ ।
ଟିକାଦାନ ସକାଳ ୧୦ଟାରୁ ଆରମ୍ଭ ହୋଇ ଦିନ ୧ଟା ଏବଂ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ଚାଲିବ । ତେଣୁ ଯେଉଁମାନେ ବୁଷ୍ଟର ଡୋଜ ନେବାକୁ ଇଚ୍ଛୁକ ସେମାନେ ନେଇପାରିବେ ବୋଲି ବିଏମ୍ସି ସୂଚନା ଦେଇଛି । ଏହି ଉଦ୍ଘାଟନି କାର୍ୟ୍ୟକ୍ରମରେ ଜନସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଅଜିତ ମହାନ୍ତି, ନିର୍ଦ୍ଦେଶକ ବିଜୟ ମହାପାତ୍ର ଯୋଗଦେବେ ।
Powered by Froala Editor