ନୋ ମାସ୍କ ନୋ ଏଣ୍ଟ୍ରି !
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ଦ୍ରୁତ ସଂକ୍ରମଣ ରାଜ୍ୟବାସୀଙ୍କ ନିଦ ଉଡେ଼ଇବାରେ ଲାଗିଲାଣି । ଏହାକୁ ନଜରରେ ରଖି ସବୁ ଦିଗରେ କିପରି ସଚେତନ ଓ ସୁରକ୍ଷିତ ରହିବେ ସାଧାରଣ ଜନତା, ସେ ପ୍ରତି ଦୃଷ୍ଟି ଦେଉଛନ୍ତି ସରକାର । କିଛି ଦିନ ପୂର୍ବେ ଭୁବନେଶ୍ୱର ଓ କଟକ ଜିଲ୍ଲାରେ ମାସ୍କ କୁ ବାଧ୍ୟତା ମୂଳକ କରିଦିଆଯାଇଥିବା । ମାସ୍କ ନ ପିନ୍ଧିଲେ ଫାଇନ ମଧ୍ୟ ଘୋଷଣା କରାଯାଇଥିଲା । ଏବେ ମାସ୍କ ନଥିଲେ ମଲ୍ ଭିତରକୁ ଯିବା ମନା ।
ଭୁବନେଶ୍ୱରରେ ଦ୍ରୁତ ସଂକ୍ରମଣ ରୋକିବାକୁ ବିଏମସି ପକ୍ଷରୁ କଡା ପଦକ୍ଷେପ ନିଆଯାଇଛି । ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣା ଉପରେ ଧ୍ୟାନ ଦେବାକୁ ମଲ୍ ମାନଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି । ଶତପ୍ରତିଶତ ଗ୍ରାହକ ଯେଭଳି ମାସ୍କ ପିନ୍ଧିବେ, ସାମାଜିକ ଦୂରତା ରକ୍ଷା କରିବେ, ମଲ୍ ରେ ପ୍ରବେଶ ପୂର୍ବରୁ ହାତ ସାନିଟାଇଜ କରିବେ ସେ ବାବଦରେ ସତର୍କ ଦୃଷ୍ଟି ଦେବାକୁ କୁହାଯାଇଛି ।
ମଲ୍ ଭିତରେ ଭିଡ ନକରିବା ପାଇଁ ମଧ୍ୟ କହିଛି ବିଏମସି । କରୋନା ନିୟମ କଡାକଡି ପାଳନ କରିବା ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି । ସାମାଜିକ ଦୂରତା ନିୟମ ଠିକ୍ ଭାବେ ପାଳନ କରାଯିବ, ଏହାର ତଦାରଖ ପାଇଁ ମଲ୍ ପକ୍ଷରୁ ଜଣେ କର୍ମଚାରୀଙ୍କୁ ନିଯୁକ୍ତ କରିବାକୁ କହିଛି ବିଏମସି ।
Powered by Froala Editor