ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା , କଡାକଡି ହେଲା କଟକଣା
ରାଜଧାନୀରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଭୁବନେଶ୍ୱର ମହାନଗରରେ ବିଏମସି କଟକଣାକୁ କଡ଼ାକଡ଼ି କରିଛି। ଏନେଇ ବିଏମସି ପକ୍ଷରୁ ଏକ ନୂଆ ନିର୍ଦେଶନାମା ଜାରି କରାଯାଇଛି। ଠେଲା ଜଳଖିଆ, ଚା, ଲସି ଓ ଗୁପଚୁପ ଦୋକାନୀକୁ ଭିଡ କରିବାକୁ ମନା କରାଯାଇଛି । ଦୋକାନ ଆଗାରେ ଯେପରି ଭିଡ ନହେବ, ସେ ନେଇ ବିଏମସି ତାଗିଦ୍ କରିଛି । ଦୋକାନୀ ଭିଡ ସମ୍ଭାଳି ନପାରିଲେ ଖାଦ୍ୟ ପାର୍ସଲ ଦେବାକୁ ପରାମର୍ଶ ଦିଆଯାଇଛି ।
କୌଣସି ସପିଙ୍ଗ ମଲ୍ ଓ ଦୋକାନରେ ଭିଡ଼ ନ କରିବାକୁ ମଧ୍ୟ କଡ଼ା ତାଗିଦ୍ କରାଯାଇଛି। ସିନେମା ହଲ୍, ଅଡିଟୋରିଅମ ଓ ଥିଏଟରରେ ପ୍ରତ୍ୟେକ ଲୋକ ଯେପରି ମୁହଁରେ ମାସ୍କ ପିନ୍ଧି ପ୍ରବେଶ କରିବେ ସେଥିପ୍ରତି ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି। ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନ ଓ ସପିଂ ମଲରେ ସାମାଜିକ ଦୂରତା ରକ୍ଷା କରିବାକୁ ନିର୍ଦେଶ ଦିଆଯାଇଛି।
ମଲ୍ କର୍ତ୍ତୃପକ୍ଷ ନିଶ୍ଚିନ୍ତ ସାମାଜିକ ଦୂରତ୍ୱ, ମାସ୍କ ବ୍ୟବହାର କରିବେ । କୋଭିଡ୍ କଟକଣା ନିଶ୍ଚିନ୍ତ ପାଇଁ ସବୁ ମଲ୍ ଜଣେ ସ୍ୱତନ୍ତ୍ର ଅଧିକାରୀ ରଖିବେ । କୋଭିଡ୍ କଟକଣା ମାନିବାକୁ ସବୁ ସ୍ପା ଓ ସେଲୁନକୁ କଡା ନିଦେ୍ର୍ଧଶ ହୋଇଛି । ଯଦି କେହି ନିୟମ ଉଲଂଘନ କରନ୍ତି, ତାଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମସି ତାଗିଦ୍ କରିଛି ।
Powered by Froala Editor