କୁମ୍ଭୀର ଆକ୍ରମଣରେ ଯୁବକଙ୍କର ମୃତ୍ୟୁ
ଭଦ୍ରକ : ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧିନ କାଁପଡା ପଞ୍ଚାୟତ ଅଞ୍ଚଳରେ ନଦୀରେ ମାଛ ଧରିବା ବେଳେ ଆକ୍ରମଣ କଲା କୁମ୍ଭୀର। ଚାଲିଗଲା ଯୁବକଙ୍କ ଜୀବନ।
କାଁପଡା ପଞ୍ଚାୟତ ବରଣାକୁଳ ଗାଁର ବୁଦ୍ଧିରାମ ମଳିକ ତାଙ୍କର ଜଣେ ସାଙ୍ଗଙ୍କ ସହ ହୀରାଘାଇ ନିକଟକୁ ନଦୀରେ ମାଛ ଧରିବା ପାଇଁ ଯାଇଥିଲେ । ମାଛ ଧରିବା ପାଇଁ ସେଠାରେ ଲଗାଇଥିବା ଜାଲ ବୁଦ୍ଧିରାମ ଉଠାଉଥିଲେ । ଏହି ସମୟରେ ଏକ କୁମ୍ଭୀର ବୁଦ୍ଧିରାମଙ୍କୁ ନଦୀ ଭିତରକୁ ଟାଣି ନେଇଥିଲା । ପରେ ସ୍ଥାନୀୟ ଲୋକେ ଖବର ପାଇ ବନ ବିଭାଗ ଓ ଅଗ୍ନିଶମ ବାହିନୀକୁ ଏନେଇ ଜଣାଇଥିଲେ। ଅଗ୍ନିଶମ ବାହିନୀ ସର୍ଚ୍ଚ ଅପରେସନ କରି ନଦୀରୁ ଏକ କିଲୋମିଟର ଦୂରରେ ଏକ ପଠାରେ କୁମ୍ଭୀର ମୁହଁରୁ ବୁଦ୍ଧିରାମଙ୍କ ମୃତଦେହ ଉଦ୍ଧାର କରିଛନ୍ତି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି ।
Powered by Froala Editor