କୋଏଲ ନଦୀରେ ବୁଡ଼ି ଜୀବନ ହାରିଲେ ୨ ଭାଇ, ଆଉ ୨ ଭାଇଙ୍କ ପତ୍ତା ମିଳୁନି
ରାଉରକେଲା କୋଏଲ ନଦୀରେ ବୁଡି ୨ ଭାଇଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ୨ ଭାଇଙ୍କ ପତ୍ତା ମିଳୁନି । ପମ୍ପ ହାଉସ ଘାଟରେ ଏପରି ଅଘଟଣ ଘଟିଥିବା ବେଳେ ୪ ନାବାଳକ ସମ୍ପର୍କୀୟ ଭାଇ ବୋଲି ଜଣାପଡ଼ିଛି । ସେମାନଙ୍କ ମଧ୍ୟରୁ ଦୁଇ ମୃତଦେହ ଉଦ୍ଧାର ହୋଇଛି । ମୃତକ ଦୁଇ ଭାଇ ଋଷୀ ସାହୁ(୧୧ ବର୍ଷ) ଏବଂ ଆୟୁସ ସାହୁ (୧୪ ବର୍ଷ) । ଅନ୍ୟପଟେ ନିଖୋଜ ହୋଇଯାଇଥିବା ଭାଇ ହେଲେ କୁନାଲ ସାହୁ (୧୩ ବର୍ଷ) ଏବଂ କୌଶଳ ସାହୁ (୧୭ ବର୍ଷ) । ମୃତ ଦୁଇ ନାବାଳକ ଫଳ ବ୍ୟବସାୟୀ ରମେଶ ସାହୁଙ୍କ ପୁଅ । ଦୁଇ ନିଖୋଜ ନାବାଳକ ରମେଶ ସାହୁଙ୍କ ଶାଳୀ ସୁନିତା ସାହୁଙ୍କ ଦୁଇ ପୁଅ ।
ଝାରଖଣ୍ଡ ରାଞ୍ଚି ସହରର ସମ୍ପର୍କୀୟ ୪ ଭାଇ ଆଜି ୩ଟାରେ ଗାଧୋଇବାକୁ ଯାଇଥିବା ବେଳେ ଏପରି ଅଘଟଣ ଘଟିଛି । ସେମାନେ ଗାଧଉଥିବା ବେଳେ ଝିରିପାଣି ପମ୍ପ ହାଉସ୍ ନିକଟରେ ବୁଡ଼ି ଯାଇଥିଲେ। ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଏଥିସହିତ ୪ ଭାଇଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରିଥିଲେ। ପରେ ଅଗ୍ନିଶମ କର୍ମଚାରୀ ଓ ସ୍ଥାନୀୟ ଲୋକେ ମିଳିତ ଭାବେ ପାଣି ଭିତରୁ ରସୀ ସାହୁ ଓ କୁନାଲ୍ ସାହୁଙ୍କୁ ଉଦ୍ଧାର କରି ରାଉରକେଲା ସରକାରୀ ମେଡିକାଲ୍ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଅନ୍ୟ ଦୁଇ ଭାଇଙ୍କ ସମ୍ପର୍କରେ କୌଣସି ପତ୍ତା ମିଳୁନାହିଁ। ଏବେ ମଧ୍ୟ ଉଦ୍ଧାରକାର୍ଯ୍ୟ ଜାରି ରହିଛି।
Powered by Froala Editor