ଦୁଷ୍କର୍ମ ଅଭିଯୋଗ: ଗିରଫ ହେଲେ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ

କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ବଡ଼କର୍ଲାକୋଟ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ନିରାକାର ନାଏକଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆସିଛି । ଅଭିଯୋଗକୁ ଭିତ୍ତି କରି ଜୟପାଟଣା ପୁଲିସ୍ ତଦନ୍ତ କରି କାର୍ଯ୍ୟନିର୍ବାହୀ ଅଧିକାରୀ ନିରାକାର ନାଏକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଅଭିଯୋଗ ଅନୁସାରେ, ନିରକାର ନାଏକ ବଡ଼କାର୍ଲକୋଟ ଗ୍ରାମପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଥିବା ବେଳେ ସେ ମୁଖୀଗୁଡ଼ାସ୍ଥିତ କଲୋନିର ସେକ୍ଟର ୨ରେ ରହୁଥିଲେ। ଅଭିଯୋଗକାରିଣୀ ମଧ୍ୟ ମୁଖୀଗୁଡା ଇରିଗେସନ କଲୋନିରେ ରହୁଥିବା ବେଳେ ତାଙ୍କୁ କାର୍ଯ୍ୟନିର୍ବାହୀ ଅଧିକାରୀ ଗତ ୨୮ ଏପ୍ରିଲ ଦିନ ମହିଳାଙ୍କୁ ଘରେ ଏକୁଟିଆ ପାଇ ଦୁଷ୍କର୍ମ କରିଥିଲେ ବୋଲି ଜୟପାଟଣା ଥାନାରେ ଏତଲା ହୋଇଥିଲା।
Powered by Froala Editor