ଭିସ୍ତାରା ଯାତ୍ରୀବାହୀ ବିମାନର ଇଞ୍ଜିନ୍ ଫେଲ୍, ସିଙ୍ଗିଲ ଇଞ୍ଜିନ୍ରେ ଲ୍ୟାଣ୍ଡିଂ ହେଲା
ବ୍ୟାଙ୍କକ୍ରୁ ଦିଲ୍ଲୀ ଫେରୁଥିବା ବିସ୍ତାରା ଏୟାରଲାଇନ୍ସର ଏକ ଭିସ୍ତାରା ଯାତ୍ରୀବାହୀ ବିମାନର ଇଞ୍ଜିନ୍ ଫେଲ୍ ହୋଇଯାଇଛି। କିନ୍ତୁ ଏହି ଘଟଣାରେ ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଅବତରଣ କରିଥିଲେ ବୋଲି ବିମାନ ଚଳାଚଳ ନିୟାମକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ବୁଧବାର ଦିନ କହିଛି। ବିମାନଟିକୁ ସିଙ୍ଗିଲ ଇଞ୍ଜିନ୍ରେ ସୁରକ୍ଷିତ ଭାବେ ପାଇଲଟ୍ ଲ୍ୟାଣ୍ଡିଂ କରିଛନ୍ତି। ଦିଲ୍ଲୀ ବିମାନ ବନ୍ଦରର ପାର୍କିଂ ୱେରେ ରଖାଯାଇଛି ।
ବିସ୍ତାରା ଏୟାରଲାଇନ୍ସର ପ୍ରବକ୍ତାଙ୍କ କହିବା ମୁତାବକ, ’ଦିଲ୍ଲୀରେ ଅବତରଣ କରିବା ପରେ ପାର୍କିଂ ବେକୁ ନେବା ସମୟରେ ଆମର ବିମାନ ୟୁକେ୧୨୨ (ବିକେକେ-ଡିଇଏଲ)ରେ ସାମାନ୍ୟ ବୈଦ୍ୟୁତିକ ତ୍ରୁଟି ଦେଖା ଦେଇଥିଲା। ଯାତ୍ରୀଙ୍କ ସୁରକ୍ଷା ଏବଂ ଆରାମକୁ ଦୃଷ୍ଟିରେ ରଖି କର୍ମଚାରୀମାନେ ବିମାନକୁ ଏକ ଟୋ ଟ୍ରକ୍ ସାହାଯ୍ୟରେ ପାର୍କିଂକୁ ନେଇଥିଲେ।’
ସ୍ପାଇସଜେଟ୍ ବିମାନରେ ଲଗାତାର ଏଭଳି ତ୍ରୁଟି ଖବର ଆସିବା ପରେ ଆକ୍ସନକୁ ଆସିଛି ବେସାମରିକ ବିମାଳ ଚଳାଚଳ ମନ୍ତ୍ରଣାଳୟ। ସ୍ପାଇସଜେଟକୁ କାରଣ ଦର୍ଶାଅ ନୋଟିସ ଜାରି କରି ମନ୍ତ୍ରଣାଳୟ ଜବାବ ମାଗିଛି।
ଉଲ୍ଲେଖଯୋଗ୍ୟ ଯେ, ଗତ ୧୮ ଦିନରେ ସ୍ପାଇସଜେଟର ବିମାନରେ ୮ଟି ଯାନ୍ତ୍ରିକ ତ୍ରୁଟି ଘଟଣା ପରେ ମନ୍ତ୍ରଣାଳୟ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ୨୦୨୧ ସେପ୍ଟେମ୍ୱରରେ ସ୍ପାଇସଜେଟର ଅଡିଟ୍ ସମୟରେ ଅନେକ ତ୍ରୁଟି ଧରିଥିଲା ଡିଜିସିଏ। ଯନ୍ତ୍ରାଂଶ ଯୋଗାଉଥିବା ସଂସ୍ଥା ଗୁଡିକୁ ନିୟମିତ ଭାବେ ଟଙ୍କା ପୈଠ କରୁ ନଥିବା ଅଡିଟ୍ରୁ ଜଣାପଡିଥିଲା।
Powered by Froala Editor