ଆଚାର୍ଯ୍ୟ ବିହାରରୁ ମିଳିଲା ପୁଣି ଜଣେ MCA ଛାତ୍ରୀଙ୍କ ମୃତଦେହ
ଭୁବନେଶ୍ୱରରେ ପୁଣି ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଆଚାର୍ଯ୍ୟ ବିହାରରେ ଥିବା ଏକ ଭଡ଼ା ଘରୁ ଉଦ୍ଧାର କରାଯାଇଛି। ମୃତ ଛାତ୍ରୀ ଜଣକ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ MCA ପଢ଼ୁଥିଲେ।
ଭଦ୍ରକ ଜିଲ୍ଲା ତିହିଡି ଅଞ୍ଚଳର ଆଶ୍ରିତା ସେନାପତି ଭୁବନେଶ୍ୱରରେ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ MCA ପଢ଼ୁଥିଲେ। ଗତ ୫ ମାସ ଧରି ଆଚର୍ଯ୍ୟ ବିହାରରେ ଏକ ଭଡା ଘରେ ରହୁଥିଲେ। ଘର ମାଲିକଙ୍କ କହିବା ଅନୁସାରେ ଆଜି ସକାଳ ପ୍ରାୟ ୧୦ ଟା ସମୟରେ ଆଶ୍ରିତାଙ୍କ ବାପା ଫୋନ୍ କରିଥିଲେ। ଝିଅ କାହିଁକି ଫୋନ୍ ଉଠାଉନାହିଁ ବୋଲି କହିଥିଲେ। ଏହା ପରେ ଆଶ୍ରିତାଙ୍କ ପରିବାର ଲୋକେ ଆସିଥିଲେ। ସେମାନେ ଘରର କବାଟ ଭାଙ୍ଗି ଭିତରକୁ ପଶି ଥିଲେ। ସେତେବେଳେ ଝିଅକୁ ଝୁଅନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ।
ଘଟଣାସ୍ଥଳରୁ ପୁଲିସ୍କୁ ଏକ ସୁଇସାଇଡ୍ ନୋଟ୍ ମିଳିଛି। ବର୍ତ୍ତମାନ ସୁଦ୍ଧା ମୃତ୍ୟୁ କାରଣ ଜଣାପଡ଼ି ନାହିଁ। କମିଶନରେଟ୍ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରୁଛି।
Powered by Froala Editor