ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଆହତ

ଭୁବନେଶ୍ୱର : ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଆହତ ହୋଇଛନ୍ତି । ପ୍ରଥମେ ନୀଳଗିରି ହସପିଟାଲରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ତାଙ୍କୁ ବାଲେଶ୍ୱର ହସପିଟାଲରେ ଭର୍ତି କରାଯାଇଛି ।
ମିଳିଥିବା ସୂଚନାନୁଯାୟୀ, ମନ୍ତ୍ରୀଙ୍କ କାର ଯାଉଥିବାବେଳେ ନୀଳଗିରି ପୋଡାଶୁଳ ଛକଠାରେ ଏକ ଟ୍ରାକ୍ଟର ସହ ଧକ୍କା ହୋଇଥିଲା । ଫଳରେ କାରଟି କ୍ଷତିଗ୍ରସ୍ତ ହୋଇଥିବାବେଳେ ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ଆହତ ହୋଇଛନ୍ତି । ଆହତ ମନ୍ତ୍ରୀଙ୍କୁ ତୁରନ୍ତ ନୀଳଗିରି ହସପିଟାଲରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ହୋଇଥିଲା । ଏବେ ସେ ବାଲେଶ୍ୱର ହସପିଟାଲରେ ଅଛନ୍ତି । ତେବେ ସେ ସାମାନ୍ୟ ଆହତ ହୋଇଥିବା ଜାଣିବାକୁ ମିଳିଛି ।
ଏହି ଖବର ପ୍ରଚାରିତ ହେବାପରେ ତାଙ୍କର ସମର୍ଥକ ଓ ଶୁଭେଚ୍ଛୁମାନେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ଅପରପକ୍ଷରେ ବରିଷ୍ଠ ବିଜେପି ନେତାମାନେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି ।
Powered by Froala Editor