ଶାକାହାରୀମାନେ ନିହାତି ଖାଆନ୍ତୁ ଏହି ଖାଦ୍ୟ
ବିଭିନ୍ନ ଭିଟାମିନ୍ସ ତଥା ମିନେରାଲ୍ସ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ନିହାତି ଆବଶ୍ୟକ । ଶରୀରରେ ଏଗୁଡିକର ସନ୍ତୁଳନ ରକ୍ଷା ହେବା ହେବା ନିହାତି ଜରୁରୀ । ଶରୀରରେ ବିଟାମିନ 12 କମ ହେବା କାରଣରୁ ଅନେକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦିଏ । ଯେଉଁମାନେ ଅମିଶାଷୀ ସେମାନଙ୍କୁ ତ ଅନେକ ସ୍ରୋତରୁ ଭିଟାମିନ ବି 12 ମିଳିଯାଏ । କିନ୍ତୁ ଯେଉଁମାନେ କେବେ ବି ଆମିଷ ଖାଇନଥାନ୍ତି ସେମାନଙ୍କ ଠାରେ ଏହି ଭିଟାମିନର ଅଭାବ ଦେଖାଦିଏ । ତେବେ ଚାଲନ୍ତୁ ଆପଣଙ୍କୁ ଏମିତି କିଛି ଖାଦ୍ୟ ବିଷୟରେ କହିରଖିବି ଯାହାକୁ ନିୟମିତ ଖାଇଲେ ନିରାମିଷାଶୀଙ୍କୁ ବି ଭିଟାମିନ ବି 12 ମିଳିଯିବ । ଭିଟାମିନ ବି 12 ଅଭାବ ହେଲେ କେଉଁ ରୋଗ ଦେଖାଦିଏ ? ଶରୀରର କୋଷିକା ମାନଙ୍କ ପାଇଁ ଏହି ଭିଟାମିନ ଖୁବ ଲାଭଦାୟୀ । ଏହା ନର୍ଭସ, ବ୍ଲଡ଼ ସେଲ୍ସ ତଥା ଡିଏନଏକୁ ବି ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । କିନ୍ତୁ ଜାଣନ୍ତିକି ଯଦି ଆପଣଙ୍କୁ ପର୍ଯ୍ୟାପ୍ତ ପରିମାଣର ଭିଟାମିନ ନମିଳେ ତେବେ ଅନେକ ରୋଗ ଦେଖାଦିଏ । ଏମିତିକି ଶରୀରରେ ରକ୍ତର ଅଭାବ ମଧ୍ୟ ଦେଖାଦେଇପାରେ । ଏସବୁ ବ୍ୟତୀତ କୋଷିକା ମାନଙ୍କ କାର୍ଯ୍ୟଦକ୍ଷତା ବି ଧୀରେ ଧୀରେ କମିବାକୁ ଲାଗେ | ଯାହା ଫଳରେ ମଣିଷର ସ୍ୱାସ୍ଥ୍ୟ ଉପରେ ବି ଅନେକ କୁପ୍ରଭାବ ପଡିପାରେ । ତେବେ ଆସନ୍ତୁ ଦେଖିବା ଏଗୁଡିକର କଣ ସବୁ ଲକ୍ଷଣ ରହିଛି । – ଯଦି ଆପଣ ଖୁବ ଥକି ଯାଇଛନ୍ତି ଓ ଅସୁସ୍ଥ ଅନୁଭବ କରୁଛନ୍ତି । ତେବେ ଜାଣିରଖନ୍ତୁ ଆପଣଙ୍କ ଶରୀରରେ ବି 12ର ଅଭାବ ହୋଇଛି । – ସବୁବେଳେ ଭୋକ ଲାଗିପାରେ । ଆଉ ଏହି କାରଣରୁ ଆପଣଙ୍କ ଧ୍ୟାନ ବାରମ୍ବାର ବିଗିଡି ଯାଇପାରେ । – ନିଦ ସମ୍ପୂର୍ଣ୍ଣ ନ ହେବା କାରଣରୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥାଏ । ଅଧିକ ଚଲାଚଲି କଲେ ବି ହାଲିଆ ଲାଗିପାରେ । – ପାଚନରେ ବି ସମସ୍ୟା ଦେଖାଦେଇପାରେ । – ଆପଣଙ୍କ ତ୍ୱଚା ହଳଦିଆ ପଡିଯାଇପାରେ । ତେବେ ଜାଣନ୍ତୁ କଣ କଣ ଖାଇଲେ ଆପଣଙ୍କୁ ମିଳିବ ଭିଟାମିନ ବି 12: – ଆୟୁର୍ବେଦ ଅନୁସାରେ କ୍ଷୀରକୁ ଏକ ସମ୍ପୂର୍ଣ୍ଣ ଖାଦ୍ୟ ଭାବେ ଧରାଯାଏ । ଏଥିରେ ମଧ୍ୟ ପୋଷକ ତତ୍ତ୍ୱ ଭରି ରହିଛି । ଆପଣ ପନିର, ଦହି, ଘୋଳଦହି ଆଦି ଖାଇଲେ ମଧ୍ୟ ଆପଣଙ୍କୁ ଭିଟାମିନ ବି 12 ମିଳିପାରିବ । -ଟେଂପେଡ଼ ଖୁବ ସ୍ୱାଦିଷ୍ଟ ହେବା ସହ ଏଥିରେ ଭରପୁର ପୋଷକ ତତ୍ତ୍ୱ ମିଳିଥାଏ । ଏହା କିଛି ପରିମାଣରେ ଟୋଫୁ ପରି ହୋଇଥାଏ । ଏଥିରେ କ୍ୟାଲସିୟମ, ଭିଟାମିନ, ମିନେରାଲସ, ଜିଙ୍କ ପରି ପୋଷକ ତତ୍ତ୍ୱ ବି ଭରପୁର ଥାଏ । ଆପଣ ଏହାକୁ ସୁପ ଆକାରରେ ପିଇପାରିବେ । – ଆପଣ ଫୋର୍ଟଇଫାଏଡ ଫୁଡକୁ ନିଜ ଡାଏଟରେ ସାମିଲ କରିପାରିବେ । ଏଥିରେ ବି ଭିଟାମିନ ବି 12 ମିଳିଥାଏ । ଆପଣ ଦଲୀୟା, ଭାତ ପରି ଖାଦ୍ୟ ଖାଇ ନିଜ ଶରୀରର ଭିଟାମିନ 12 ଅଭାବକୁ ପୁରା କରିପାରିବେ । ଆପଣଙ୍କୁ କହିରଖୁଛୁକି ଭାରତ ସରକାର ୨୦୨୪ ଯାଏଁ ମଧ୍ୟାହ୍ନ ଭୋଜନରେ ଦିଯାଉଥିବା ଶସ୍ୟକୁ ଫୋର୍ଟଇଫାଏଡ କରି ବାଣ୍ଟିବା ନେଇ ଲକ୍ଷ ରଖିଛନ୍ତି । ଆପଣଙ୍କୁ ବଜାରରେ ମଧ୍ୟ ଅନେକ ପ୍ରକାରର ଫୋର୍ଟଇଫାଏଡ ଯୁକ୍ତ ଖାଦ୍ୟ ମିଳିଯିବ ।
Powered by Froala Editor