ଗୃହ ୧୦ ମିନିଟ ମୁଲତବୀ , ନୁପୂର ଶର୍ମା ପ୍ରସଙ୍ଗକୁ ନେଇ ବିଜେପି ଓ କଂଗ୍ରେସ ମୁହାଁମୁହିଁ
ଆରମ୍ଭ ହୋଇଛି ବିଧାନସଭାର ବଜେଟ ବା ମୌସୁମୀ ଅଧିବେଶନ । ତେବେ ଅଧିବେଶନ ଆରମ୍ଭରୁ କଂଗ୍ରେସ ସରକାରଙ୍କୁ ଘେରିବାକୁ ପୂରା ଫର୍ମରେ ରହିଥିବା ଦେଖିବାକୁ ମିଳିଛି । କାରଣ ଅଧିବେଶନ ଆରମ୍ଭରୁ କଂଗ୍ରେସ ବିରୋଧଭାଭାସ ଆରମ୍ଭ କରିଛି । ବିଜେପି ନେତ୍ରୀ ନୁପୂର ଶର୍ମା ପ୍ରସଙ୍ଗକୁ ନେଇ ବିଧାନସଭାରେ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ବିରୋଧୀ ଉପନେତା ବିଷ୍ଣୁ ସେଠୀ ମୁହାଁମୁହିଁ ହୋଇଛନ୍ତି । ପରସ୍ପର ମୁହାଁମୁହିଁ ଓ ହଟ୍ଟଗୋଳ ଯୋଗୁ ବାଚସ୍ପତି ବିକ୍ରମକେଶରୀ ଆରୁଖ ଗୃହକୁ ୧୦ ମିନିଟ ପାଇଁ ମୁଲତବୀ ଘୋଷଣା କରିଛନ୍ତି ।
ଚଳିତ ବର୍ଷର ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ଏହି ଅଧିବେଶନରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଆସିବ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ ଆଗତ କରିବେ।କୋଭିଡ୍ କଟକଣା ଭିତରେ ୨ଟି ପର୍ୟ୍ୟାୟରେ ୨୪ ଦିନ ଚାଲିବ ବିଧାନସଭା । ପ୍ରଥମ ପର୍ୟ୍ୟାୟରେ ୨ରୁ ୬ ତାରିଖ ଓ ଦ୍ୱିତୀୟ ପର୍ୟ୍ୟାୟ ୧୩ରୁ ଅଗଷ୍ଟ ୪ ପର୍ୟ୍ୟନ୍ତ ଚାଲିବ ।
ବଜେଟ ଉପରେ ଜୁଲାଇ ୫ ଓ ୬ ତାରିଖରେ ଆଲୋଚନା ହେବ । ୭ରୁ ୧୨ ତାରିଖ ପର୍ୟ୍ୟନ୍ତ ଗୃହ ମୁଲତବୀ ରହିବ । ୧୩ ତାରିଖରେ ବିଭିନ୍ନ ଷ୍ଟାଣ୍ଡିଂ କମିଟିର ରିପୋର୍ଟ ଉପସ୍ଥାପନ ହେବ ଗୃହରେ । ୧୪ରୁ ବିଭିନ୍ନ ବିଭାଗର ଖର୍ଚ୍ଚଦାବି ଆଗତ ସହ ଆଲୋଚନା ହେବ। ଜୁଲାଇ ୩୦ରେ ବ୍ୟୟମ
Powered by Froala Editor