ଏସ୍.ବି.ଆଇ ଏଟିଏମ୍ ରୁ ଲୁଟ୍

କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଧକୋଠା ଏନଏଚ୍ ୨୦ ନଂ ଜାତୀୟ ରାଜପଥ ପାର୍ଶ୍ବରେ ଥିବା ଏସ୍.ବି.ଆଇ ଏଟିଏମ୍ ରୁ ଲୁଟ୍ ହୋଇଛି । ଗତକାଲି ବିଳମ୍ବିତ ରାତିରେ କେତେକ ଦୃବୁତ୍ତ ଏଟିଏମ୍ ଥିବା ବିଲଡିଂର ଲାଇନ୍ କାଟି ଗ୍ୟାସ୍ କଟରରେ ସଟର କାଟିବା ସହ ଏଟିଏମ୍ କୁ କାଟି ଟଙ୍କା ଲୁଟି ନେଇଛନ୍ତି । ଆଜି ସକାଳୁ ଭଡା ଘରେ ଚାଲିଥିବା ଏହି ଏଟିଏମ୍ ର ସଟର ଭଙ୍ଗାରୁଜା ହୋଇ ଟଙ୍କା ଟ୍ରେ ସବୁ ରାସ୍ତା ଆରପାଖରେ ପଡିଥିବା ଦେଖି ସ୍ଥାନିୟ ଜଣେ ଦୋକାନୀ ଘର ମାଲିକ ଙ୍କୁ ଖବର କରିଥିଲେ । ପରେ ଘର ମାଲିକ ପୋଲିସ୍ କୁ ଖବର ଦେବାପରେ ପୋଲିସ୍ ପହଁଞ୍ଚି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଲୁଟେରା ଙ୍କ ସମ୍ପର୍କରେ କୈଣସି ସନ୍ଧାନ ପାଇପାରି ନାହିଁ । ତେବେ କେତେଟଙ୍କା ଏଟିଏମ୍ ରୁ ଲୁଟ୍ ହୋଇଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ।
ମାସକ ତଳେ ଏହି ଏଟିଏମ୍ ରୁ ବ୍ୟାଟେରୀ ଚୋରୀ ହୋଇଥିଲା । ମାସକ ପରେ ଗତ ରାତିରେ ଟଙ୍କା ଲୁଟ୍ କରିବା ଘଟଣା ପୋଲିସ୍ ପାଇଁ ଖୋଲା ଚ୍ୟାଲେଞ୍ଜ ସୃଷ୍ଟି କରିଛି।
Powered by Froala Editor