ମଣିପୁରରେ ଭୂସ୍ଖଳନ, ୭ ଯବାନ ସହିଦ
ମଣିପୁରରେ ଗତ କିଛି ଦିନ ହେବ ଜାରି ରହିଥିବା ବର୍ଷା କାରଣରୁ ବୁଧବାର ରାତିରେ ନୋନି ଜିଲ୍ଲାର ତୁପୁଲ୍ ରେଳବାଇ ଷ୍ଟେସନ୍ ନିକଟରେ ବଡ଼ ଧରଣର ଭୂସ୍କଳନ ଘଟିଛି। ଏହି ଭୂସ୍କଳନରେ ୭ ଜଣ ସେନା ଯବାନଙ୍କ ଜୀବନ ଯାଇଛି। ୨୫ ଜଣ ଯବାନ ଏବେବି ନିଖୋଜ ଅଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ବାଟାଲିୟନର ଯବାନମାନେ ମଣିପୁରର ନୋନି ଜିଲ୍ଲାର ଟୁପୁଲ ରେଳ ଷ୍ଟେସନରେ ଇମ୍ଫାଲ ଜିରିବାମର ନିର୍ମାଣାଧୀନ ରେଳ ଲାଇନର ସୁରକ୍ଷାରେ ମୁତୟନ ଥିଲେ। ସେମାନଙ୍କୁ ଠାବ କରିବା ପାଇଁ ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସେନାର ହେଲିକପ୍ଟର ମଧ୍ୟ ଉଚିତ ସମୟରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସାମିଲ୍ ହୋଇଛି। ଏନଡିଆରଏଫକୁ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବା ଲାଗି ଘଟଣାସ୍ଥଳକୁ ପଠାଯାଇଛି। ଆମ୍ବୁଲାନ୍ସ ସମେତ ଡାକ୍ତରଙ୍କ ଏକ ଟିମ୍ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛି।
ସେପଟେ ଏହି ଭୂସ୍ଖଳନ ଯୋଗୁ ଇଜାଇ ନଦୀ ପ୍ରଭାବିତ ହୋଇଛି। ମଟି ଧସି ନଦୀରେ ମିଶିଛି। ଫଳରେ ନଦୀର ଜଳସ୍ତର ବଢ଼ି ବନ୍ୟା ଆସିବା ଆଶଙ୍କା ରହିଛି। ଭୂସ୍ଖଳନ ଓ ଖରାପ ପାଣିପାଗ ଯୋଗୁ ଉଦ୍ଧାର କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହୋଇଛି। ତଥାପି ନିଖୋଜ ଯବାନଙ୍କ ଖୋଜା ଚାଲିଛି। ପାଗ ସଫା ହେବା ପରେ ଉକ୍ତ ହେଲିକପ୍ଟରକୁ ଏହି ଅପରେସନରେ ସାମିଲ କରାଯିବ।
Powered by Froala Editor