ରାଜ୍ୟରେ ୧୬୧ ନୂଆ ପଜିଟିଭ ଚିହ୍ନଟ
ଭୁବନେଶ୍ବର: ପୁଣି ମାଡିଲାଣି ମହାମାରୀ । ଦୀର୍ଘ ଦିନ ପରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି । ଯାହା ଚିନ୍ତାର କାରଣ ହୋଇଛି । ମଙ୍ଗଳବାର ଚିହ୍ନଟ ୧୧୩ ସଂକ୍ରମିତ ଅପେକ୍ଷା ଆଜି ମାମଲା ବଢିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୬୧ ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୯୫ ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ ୬୬ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ ୨୪ଜଣ କିଶୋର ଆକ୍ରାନ୍ତ ହୋଇଛନ୍ତି ।
ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ବରରୁ ୮, ଭଦ୍ରକରୁ ୩, କଟକରୁ ୩୨, ଜଗତସିଂହପୁରରୁ ୩, ଯାଜପୁରରୁ ୨, ଝାରସୁଗୁଡାରୁ ୩, କେନ୍ଦୁଝରରୁ ୨, ଖୋର୍ଦ୍ଧାରୁ ୬୦, ମୟୂରଭଞ୍ଜରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହପରି ନୂଆପଡାରୁ ୧, ପୁରୀରୁ ୫, ରାୟଗଡାରୁ ୫, ସମ୍ବଲପୁରରୁ ୧, ସୋନପୁରରୁ ୮, ସୁନ୍ଦରଗଡରୁ ୧୩ ଓ ଷ୍ଟେଟପୁଲରୁ ୧୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୯ ହଜାର ୬୦୨ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ ୬୨୯ ସକ୍ରିୟ ମାମଲା ରହିଛି । ନୂଆ ୪୯ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ ୧୨ ଲକ୍ଷ ୭୯ ହଜାର ୭୯୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜି ଦେଶରେ ୧୪ ହଜାର ପାର କରିଛି ପଜିଟିଭ ସଂଖ୍ୟା । ପୁଣି ସଂକ୍ରମଣ ମାମଲା ବୃଦ୍ଧି ପାଇବା ଚିନ୍ତାର ବିଷୟ ହୋଇଛି । ଘୋଷଯାତ୍ରା ପାଖଉଥିବା ବେଳେ ୨ ବର୍ଷ ପରେ ଭକ୍ତ ସାମିଲ ହେବା ନେଇ ନିଷ୍ପତ୍ତି ହୋଇଛି । ଅଚାନକ ଏପରି ସଂକ୍ରମଣ ବଢିବା ଚିନ୍ତାର କାରଣ ହୋଇଛି ।
Powered by Froala Editor