ଭିଜିଲାନ୍ସ ଜାଲରେ ବ୍ଲକ ସହକାରୀ ଯନ୍ତ୍ରୀ
କଟକ : ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ। କଟକ ଡ଼ମପଡ଼ା ବ୍ଲକ ସହକାରୀ ଯନ୍ତ୍ରୀ ପ୍ରଭାତ କୁମାର ରାଉତଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ ହୋଇଛି।
ସୂଚନାନୁଯାୟୀ, ସହକାରୀ ଯନ୍ତ୍ରୀ ପ୍ରଭାତ କୁମାର ରାଉତଙ୍କ ଡ଼ମପଡ଼ା ଅଫିସ ସମେତ ଏକକାଳୀନ ୪ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି। ପ୍ରଭାତ କୁମାରଙ୍କ ଡ଼ମପଡ଼ା ସ୍ଥିତ ଅଫିସ, ବାରଙ୍ଗ କୁହ୍ଲେଇପଦା ସ୍ଥିତ ତିନି ମହଲା ବିଶିଷ୍ଟ ଘର, କେନ୍ଦ୍ରାପଡ଼ା ରାଜକନିକା ତନେଇପଦା ସ୍ଥିତ ସମ୍ପର୍କୀୟଙ୍କ ଘର, ଚୌଦ୍ଵାର ହାଉସିଂବୋର୍ଡ ସ୍ଥିତ ଭାଇଙ୍କ ଘରେ ରେଡ୍ ହୋଇଛି। କଟକ ଭିଜିଲାନ୍ସର ସ୍ଵତନ୍ତ୍ର ଜଜଙ୍କ ୱାରେଣ୍ଟ ବଳରେ ଚଢାଉ କରାଯାଉଛି। ଏହି ଚଢାଉରେ ୪ ଜଣ ଡିଏସ୍ପି, ୧୦ ଜଣ ଇନସ୍ପେକ୍ଟର ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି।
Powered by Froala Editor