ପ୍ରଭାବହୀନ ମୌସୁମୀ, ୪ ରୁ ରାଜ୍ୟରେ ବଢ଼ିପାରେ ବର୍ଷା
ଭୁବନେଶ୍ୱର : ରାଜ୍ୟରେ ମୌସୁମୀ ପ୍ରଭାବହୀନ ପାଲଟିଛି । ଏବେସୁଦ୍ଧା ନିଅଣ୍ଟିଆ ବର୍ଷା ହେଉଛି । ମଙ୍ଗଳବାର ରାଜ୍ୟର ୧୩ ଜିଲ୍ଲାରେ ଟୋପାଏ ବର୍ଷା ହୋଇନି । ୧୩ ଜିଲ୍ଲାରେ ଅତି ନିଅଣ୍ଟିଆ ବର୍ଷା ହୋଇଛି । ତେବେ ଆସନ୍ତା ୪ ତାରିଖରୁ ରାଜ୍ୟରେ ବର୍ଷା ବଢ଼ିପାରେ । ଘୂର୍ଣ୍ଣିବଳୟ ପ୍ରଭାବରେ ଅଧିକ ବର୍ଷା ହୋଇପାରେ ।
ମଙ୍ଗଳବାର ମାଲକାନଗିରି, ନୂଆପଡ଼ା, ପୁରୀ, ବରଗଡ଼, ବୌଦ୍ଧ, ସୋନପୁର, ଅନୁଗୁଳ, ପୁରୀ, କେନ୍ଦ୍ରାପଡ଼ା, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼ ଓ ବରଗଡ଼ ଜିଲ୍ଲାରେ ଆଦୌ ବର୍ଷା ହୋଇନି । କୋରାପୁଟ, ନବରଙ୍ଗପୁର, ଗଞ୍ଜାନ, ନୟାଗଡ, ଖୋର୍ଦ୍ଧା, ଜଗତସିଂହପୁର, ଢେଙ୍କାନାଳ, କଟକ, ବଲାଙ୍ଗୀର, ସମ୍ବଲପୁର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ଅତି ନିଅଣ୍ଟିଆ ବର୍ଷା ହୋଇଛି ।
କେବଳ ଯାଜପୁର, ରାୟଗଡ଼ା ଓ ଗଜପତିରେ ଭଲ ବର୍ଷା ହୋଇଛି । ଆସନ୍ତା ୩ ତାରିଖ ଯାଏ ରାଜ୍ୟର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ବୁଧବାର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ । ୩୦, ୧ ଓ ୨ ତାରିଖରେ ମଧ୍ୟ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
Powered by Froala Editor