ତକିଆର ମୂଲ୍ୟ ୪୫ଲକ୍ଷ
ନୂଆଦିଲ୍ଲୀ : ନେଦରଲ୍ୟାଣ୍ଡର ଜଣେ ସର୍ଭିକାଲ ସ୍ପେଶାଲିଷ୍ଟ ତଥା ଡିଜାଇନର୍ ଦିସ୍ ଭାନ୍ ଡେର୍ ହିଲ୍ଷ୍ଟ ବିଶ୍ୱର ସବୁଠୁ ଦାମୀ ତକିଆ ବିକଶିତ କରିଛନ୍ତିି । ତାହା ମୂଲ୍ୟ ଭାରତୀୟ ମୁଦ୍ରାରେ ୪୫ଲକ୍ଷ ଟଙ୍କା । ତାହାକୁ ବିଶ୍ୱର ସବଚଠୁ ଦାମୀ ତକିଆ କୁହାଯାଉଛି । ଏହି ତକିଆରେ ଇଜିପ୍ଟର କପା, ମଲ୍ବରି ସିଲ୍କ ଓ ଅଣ ବିଷାକ୍ତ ନେଦରଳ୍ୟାଣ୍ଡ ମେମୋରି ଫୋମ୍ ବ୍ୟବହାର କରାଯାଇଛି । ଏହି ସ୍ୱତନ୍ତ୍ର ତକିଆକୁ ବିକଶିତ କରିବା ଲାଗି ହିଲ୍ଷ୍ଟଙ୍କୁ ୧୫ବର୍ଷ ସମୟ ଲାଗିଥିଲା । ତକିଆ ୨୪ କ୍ୟାରେଟ୍ ସୁନା, ହୀରା ଓ ସାଫାୟାର ମଧ୍ୟ ବ୍ୟବହାର କରାଯାଇଛି । ରୋବୋଟିକ୍ ମିଲିଂ ମେସିନରେ ପ୍ରସ୍ତୁତ କରାଯାଇଥିବା କପାକୁ ଏହି ତକିଆରେ ବ୍ୟବହାର କରାଯାଇଛି । ନିଦ୍ରାହୀନତା ସମସ୍ୟା ଦେଇ ଗତି କରୁଥିବା ଲୋକମାନଙ୍କ ଏହି ତକିଆ ବିଶେଷ ସହାୟକ ହେବ ବୋଲିୁ ଶ୍ରୀ ହିଲଷ୍ଟି ଦାବି କରିଛନ୍ତି ।
Powered by Froala Editor