ଜେରା ହେଲେ ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ବନ୍ଧୁ ରାଜା
ଭୁବନେଶ୍ୱର : ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତୁ୍ୟକୁ ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ସେ ଲେଖିଥିବା ସୁଇସାଇଡ୍ ନୋଟ୍ରେ ତାଙ୍କ ମୃତୁ୍ୟ ପାଇଁ ସେ କାହାକୁ ଦାୟୀ କରିନଥିଲେ । ତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ସେ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଥିଲା । ଏହା ସହିତ ସେ ୩ ମାସର ଗର୍ଭବତୀ ଥିବା ମଧ୍ୟ ରିପୋର୍ଟରେ ଦର୍ଶାଯାଇଥିଲା । ତେବେ ସେ କାହିଁକି ଏଭଳି ଚରମ ପଦକ୍ଷେପ ନେଲେ, ତାହା ଜାଣିବା ପାଇଁ ନୟାପଲ୍ଲୀ ଥାନା ପୋଲିସ୍ ତାଙ୍କ ପୁରୁଷ ବନ୍ଧୁ ଜ୍ୟୋତିରଂଜନ ନାଥ ଓରଫ ରାଜାଙ୍କୁ ଜେରା କରିଛି । ପୁଲିସ୍ ଜେରା ପରେ ବାହାରକୁ ଆସି ରାଜା ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ରଶ୍ମିରେଖାଙ୍କ ସହିତ ତାଙ୍କର କୌଣସି ବିବାଦ ନଥିଲା ଓ ସେ ପରସ୍ପରକୁ ଭଲ ପାଉଥିଲେ । କିନ୍ତୁ ଲକ୍ଡାଉନ୍ ସମୟରେ ପରସ୍ପରଠାରୁ ଦୂରେଇ ଯିବାରୁ ତାଙ୍କ ସଂପର୍କ ମଳିନ ପଡିଯାଇଥିଲା ଓ ଉଭୟଙ୍କ ସହମତିରେ ବିଚ୍ଛେଦ ହୋଇଥିଲା ।
ତେବେ ଏହାକୁ ନେଇ ସନ୍ତୋଷ କାହିଁକି, ଚିନ୍ତିତ ଥିଲେ? ଭାଇରାଲ ହେଉଥିବା ଅଡିଓ କଲରେ ରାଜଙ୍କୁ ସାଇକୋ, ପାଗଳ ଆଦି କହି ରଶ୍ମିରେଖା କାହିଁକି ସନ୍ତୋଷଙ୍କୁ ବୁଝାଉଥିଲେ? ସେହିପରି ରାଜା କାହିଁକି ସନ୍ତୋଷଙ୍କ ନମ୍ବର ବ୍ଲକ୍ କରିଥିଲେ ଭଳି ଅନେକ ପ୍ରଶରେ ରାଜାଙ୍କୁ ଛନ୍ଦିଥିଲା ପୁଲିସ୍ ।
ଅନ୍ୟପଟେ ରଶ୍ମିରେଖାଙ୍କ ସହ ଲିଭ୍-ଇନ୍ରେ ରହୁଥିବା ସନ୍ତୋଷ ପାତ୍ରକୁ ଆସନ୍ତା ୪୮ଘଣଣ୍ଟା ମଧ୍ୟରେ ଥାନାରେ ପହଞ୍ଚିବାକୁ ନୟାପଲ୍ଲୀ ଥାନା ପୋଲିସ୍ ନୋଟିସ୍ କରିଛି । ଯଦି ସେ ଏହି ସମୟ ମଧ୍ୟରେ ଥାନାରେ ନପହଞ୍ଚନ୍ତି, ତେବେ ତାଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ୍ କହିଛି ।
Powered by Froala Editor