ବର୍ଷାରୁ ରକ୍ଷା ପାଇବାକୁ ପଥର ଖୋଲରେ ଆଶ୍ରୟ ନେଇଥିଲେ, ବଜ୍ରାଘାତରେ ଜୀବନ ଗଲା

କେନ୍ଦୁଝର ଘଟଗାଁ ଥାନା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ସାନ୍ତରାପୁର ଗ୍ରାମରେ ବଜ୍ରାଘାତରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ମୃତକ ହେଲେ ସାନ୍ତରାପୁର ଗ୍ରାମ ଟେଠେଇଟାଙ୍ଗର ସାହିର ହୀରାମଣି ମୁଣ୍ଡା(୬୫) ଓ ବିନତି ମୁଣ୍ଡା(୩୫) । ଗୁରୁତର ଆହତ ହୋଇଛନ୍ତି ସେହି ଗ୍ରାମର ଜାମାଦାର ମୁଣ୍ଡା ଏବଂ ସୁରୁମୁଣ୍ଡା । ଉଭୟ ଘଟଗାଁ ମେଡ଼ିକାଲ ରେ ଚିକିତ୍ସିତ ହେଉଥିବା ବେଳେ ସୁରୁମୁଣ୍ଡା ଙ୍କ ହାତଓ ଗୋଡ କାମକରୁନଥିବା ଜଣା ପଡିଛି।
ସୂଚନାମୁତାବକ ଆଜି ଅପରାହ୍ନ ଛେଳି ଚରାଇବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିବା ବେଳେ ପ୍ରବଳ ବର୍ଷା ହୋଇଥିଲା । ଏହି ସମୟରେ ବର୍ଷା ଏବଂ ଘଡଘଡି ରୁ ରକ୍ଷା ପାଇବା ପାଇଁ ଏକ ପଥର ଖୋଲ ରେ ଆଶ୍ରୟ ନେଇଥିଲେ ଏହି ସମୟରେ ବଜ୍ରାଘାତ ହେବାରୁ ହୀରା ମୁଣ୍ଡା ଏବଂ ବିନତି ମୁଣ୍ଡା ଟଳିପଡ଼ିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତଙଙ୍କୁ ଘଟଗାଁ ମେଡିକାଲରେ ଭର୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ହୀରା ମୁଣ୍ଡା ଏବଂ ବିନତି ମୁଣ୍ଡାଙ୍କୁ ମୃତ ଘୋଷଣା କରିଥିଲେ।
Powered by Froala Editor