ଅମ୍ଳଜାନ ସ୍ତର ବଢାଇବାକୁ ଏହା କରନ୍ତୁ
ଭୁବନେଶ୍ୱର: କରୋନା ସଂକ୍ରମିତ ଅମ୍ଳଜାନ ପଛରେ ନ ଦୌଡ଼ି ନିଜ ଶରୀରରେ ଅମ୍ଳଜାନ ସ୍ତର ବଢ଼ାଇବା ଆବଶ୍ୟକ ବୋଲି ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ପୂର୍ବତନ ଡା.କ୍ଷୀରୋଦ କୁମାର ରାଉତ କହିଛନ୍ତି । ଶୁକ୍ରବାର ଡା.ରାଉତ ଗଣମାଧ୍ୟମକୁ କହିଛନ୍ତି ଯେ ସାମାନ୍ୟ ଧରଣର ଆକ୍ରାନ୍ତମାନଙ୍କ ଠାରେ ଅମ୍ଳଜାନ ଅଭାବ ପ୍ରାୟତଃ ଦେଖାଦେଇନଥାଏ । ମାତ୍ର ସେମାନେ ନିୟମିତ ପ୍ରାଣାୟମ ଭଳି କେତେକ ବ୍ୟାୟାମ କରିବାକୁ ପଡିବ । ଯଦି ଆକ୍ରାନ୍ତ ମଧ୍ୟମ ବର୍ଗକୁ ଗତି କଲେ ବା ତାଙ୍କଠାରେ ଜଟିଳତା ଦେଖାଦେଲା ତେବେ ସେ ତାଙ୍କର ନିଃଶ୍ୱାସ ପ୍ରଶ୍ୱାସ ଗତ ବଢ଼ାଇବା ପାଇଁ୨ କେତେକ ଅଭ୍ୟାସ କରିବାକୁ ପଡ଼ିବ । ତିନି ପ୍ରକାର କଡ଼ ଲେଉଟାଇ ଶୋଇବାକୁ ପଡ଼ିବ । ପ୍ରଥମେ ଅଧଘଣ୍ଟା ମୁହଁ ମାଡ଼ି ଶୋଇଲେ ବାୟୁଥଳିରୁ ବିଷାକ୍ତ ବାୟୁ ବାହାରିବାରେ ସହାୟକ ହେବ । ଏହା ପରେ ଡାହାଣ ଓ ବାମ କଡ ମାଡ଼ି ଅଧଘଣ୍ଟା ଲେଖାଏଁ ତକିଆ ଦେଇ ଶୋଇବାକୁ ପଡ଼ିବ । ଏହା ପରେ ସେମାନଙ୍କ ଅମ୍ଳଜାନ ସ୍ତର ଶରୀରରେ ବଢ଼ିବ ।
Powered by Froala Editor