ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ ଚାଉଳ

ଭୁବନେଶ୍ୱର: ସ୍କୁଲ ବନ୍ଦ ରହିଥିଲେ ମଧ୍ୟ ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ବାବଦରେ ଚାଉଳ ଓ ଟଙ୍କା ପ୍ରଦାନ କରାଯିବ । ୨୦୨୧-୨୨ ଶିକ୍ଷାବର୍ଷର ପ୍ରଥମ ପର୍ଯ୍ୟାୟରେ ଜୁନ ୩୦ ପର୍ଯ୍ୟନ୍ତ ୩୭ ଦିନର ମଧ୍ୟାହ୍ନ ଭୋଜନ ଦେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି । କରୋନାର ଦ୍ୱିତୀୟ ଲହର ଚାଲିଥିବାରୁ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ କେଉଁ ନିୟମ ଅନୁଯାୟୀ ମଧ୍ୟାହ୍ନ ଭୋଜନ ବଣ୍ଟନ କରାଯିବ, ସେ ନେଇ ନିୟମାବଳୀ ଜାରି କରାଯାଇଛି । ବିଦ୍ୟାଳୟ ପରିଚାଳନା କମିଟି (ଏସଏମସି) ସଦସ୍ୟଙ୍କ ଉପସ୍ଥିତିରେ ପ୍ରଧାନଶିକ୍ଷକମାନେ ପିଲାମାନଙ୍କ ଅଭିଭାବକଙ୍କୁ ସ୍କୁଲ କ୍ୟାମ୍ପସରେ ମଧ୍ୟାହ୍ନ ଭୋଜନ ଚାଉଳ ପ୍ରଦାନ କରିବେ । କୋଭିଡ କଟକଣା ମଧ୍ୟରେ ଚାଉଳ ବଣ୍ଟନ ହେବ । ସମସ୍ତ ପ୍ରକି୍ରୟା ଯେପରି ସ୍ୱଚ୍ଛତା ରହିବ, ସେ ଦିଗରେ ପ୍ରଧାନଶିକ୍ଷକମାନେ ପଦକ୍ଷେପ ନେବେ । ଅଡିଟ ପାଇଁ ଆବଶ୍ୟକ ସମସ୍ତ ରେଜିଷ୍ଟ୍ରର ଠିକ ଭାବେ ପରିଚାଳିତ ହେବା ଆବଶ୍ୟକ । ସେହିପରି ୩୭ ଦିନ ପାଇଁ ରନ୍ଧନ ଖର୍ଚ୍ଚର ଦେୟ ସିଧାସଳଖ ଡିବିଟି ମୋଡରେ ସ୍କୁଲ ପିଲା କିମ୍ବା ଅଭିଭାବକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇବା ଲାଗି ନିଷ୍ପତ୍ତି ନିଆଯାଇଛି ।
Powered by Froala Editor