ପାଇପ ଗଦାରେ ଭୟାବହ ଅଗ୍ନିକାଣ୍ଡ

ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ବେହେରାମାଲ ପଞ୍ଚାୟତ ଲଙ୍ଗଳକଣ୍ଟା ଗାଁ ନିକଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଡୁଙ୍ଗୁରିପାଲି ଲଙ୍ଗଳକଟା ରାସ୍ତା କଡ଼ରେ ଥିବା ଜୁବେରି ଇଞ୍ଜିନିୟରିଂ କମ୍ପାନୀର ପ୍ଲାଷ୍ଟିକ ପାଇପ ଗଦାରେ ଲାଗିଲା ନିଆଁ ଲାଗିବାରୁ ପୂରା ଅଞ୍ଚଳ ଧୂଆଁମୟ ହୋଇଛି । ମେଗା ପାଣି ପ୍ରୋଜେକ୍ଟ ପାଇଁ ଗଚ୍ଛିତ ଥିବା RWSSର କୋଟି କୋଟି ଟଙ୍କାର ପାଇପ୍ ଜଳି ପାଉଁଶ ହୋଇଯାଇଛି।
ମେଗା ପାଣି ପ୍ରୋଜେକ୍ଟ ପାଇଁ RWSS କୋଟି କୋଟି ଟଙ୍କାର ପାଇପ ଲଙ୍ଗଳକଣ୍ଟା ଗାଁ ନିକଟରେ ରଖାଯାଇଥିଲା। କେହି ଜଣେ ବ୍ୟକ୍ତି ବିଲରେ ନଡ଼ା ପୋଡ଼ିବା ପାଇଁ ନିଆଁ ଲଗାଇ ଦେଇଥିବା ବେଳେ ଏହି ନିଆଁ ବିଲ ନିକଟରେ ରଖାଯାଇଥିବା ପାଇପରେ ଲାଗିଯାଇଥିଲା। ଫଳରେ ପାଇପ ଗୁଡିକ ପୋଡ଼ି ଯାଇଥିଲା। ନିଆଁକୁ ଆୟତ୍ତ କରିବା ପାଇଁ ରାମପୁର ଅଗ୍ନିଶମ କର୍ମଚାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏହି ଅଗ୍ନିକାଣ୍ଡ ଲକ୍ଷାଧିକ ଟଙ୍କାର ପ୍ଲାଷ୍ଟିକ ପାଣି ପାଇପ ପୋଡ଼ି ଯାଇଥିବା ଅନୁମାନ କରାଯାଉଛି ।
Powered by Froala Editor