ଆଜି ଦେଶରେ ୨ହଜାର ୭୦୬ କରୋନା ପଜିଟିଭ୍

ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି । ତେବେ ମୃତୁ୍ୟ ସଂଖ୍ୟା ପୁଣି ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୨ହଜାର ୭୦୬ରହିଛି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୪କୋଟୀ ୩୧ଲକ୍ଷ ୫୫ହଜାର ୭୪୯କୁ ବୃଦ୍ଧି ପାଇଛି । ସେହିପରି ଏହି ସମୟ ମଧ୍ୟରେ ଦେଶରେ କରୋନାରେ ୨୫ଜଣଙ୍କ ମୃତୁ୍ୟ ଘଟିଛି ।
ଏହାକୁ ମିଶାଇ ଦେଶରେ ମୋଟ କରୋନା ଜନିତ ମୃତୁ୍ୟ ସଂଖ୍ୟା ୫ଲକ୍ଷ ୨୪ହଜାର ୬୧୧କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଏବେ ସୁଦ୍ଧା ଦେଶରେ ୪କୋଟି ୨୬ଲକ୍ଷ ୧୩ହଜାର ୪୪୦ଜଣ ସୁସ୍ଥ ହୋଇଛନ୍ତି ଓ ୧୭ହଜାର ୬୯୮ଟି ସକ୍ରିୟ ମାମଲା ରହିଛି ।
Powered by Froala Editor