୧୬୯ ବୁଥ ପ୍ରିଜାଇଡିଙ୍ଗ ଅଫିସର ମୃତ
ବ୍ରଜରାଜନଗର: ବ୍ରଜରାଜନଗର ଉପନିର୍ବାଚନରେ ଆସିଲା ଦୁଃଖଦ ଖବର । ଝାରସୁଗୁଡା ଲୁଇସିଂ ପଂଚାୟତ ଅନ୍ତର୍ଗତ ଫଲସାଢ଼ିପା ଗାଁର ୧୬୯ ବୁଥର ନିର୍ବାଚନ ଦାୟିତ୍ୱରେ ଥିବା ପ୍ରିଜାଇଡିଙ୍ଗ ଅଫିସରଙ୍କ ମୃତ୍ୟୁ ହୋଇଛି । ମୃତ ପ୍ରିଜାଇଡିଙ୍ଗ ଅଫିସର ଜଣକ ଦିଲୀପ କୁମାର ଖଡିଆ ବୋଲି ଜଣାପଡିଛି । ଦିଲ୍ଲୀପଙ୍କର ଘର ଟାଙ୍ଗରପାଲି ହୋଇଥିବା ବେଳେ ତାଳପାଟିଆ ଠାରେ ସେ ଶିକ୍ଷକ ଭାବରେ କାର୍ୟ୍ୟରତ ଥିଲେ ।
ତେବେ ବୁଥରେ ସାଥି କର୍ମଚାରୀଙ୍କସହ ଥିବାବେଳେ ସୋମବାର ସନ୍ଧ୍ୟାରେ ଦିଲିପ ହଠାତ ଅଚେତ ହେବା ପରେ ତାଙ୍କୁ ନିକଟସ୍ଥ ଚିକିତ୍ସାଳୟକୁ ନିଆ ଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଦିଲୀପଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିନାହିଁ ବୋଲି ଝାରସୁଗୁଡା ବିଡ଼ିଓ ପ୍ରସନ୍ନ ପାଣ୍ଡେ ସୂଚନା ଦେଇଛନ୍ତି ।
Powered by Froala Editor