ସାବିତ୍ରୀ ବ୍ରତରେ ଏମିତି ଲେଖିଲେ ବର୍ଷା...
ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ସାବିତ୍ରୀ ବ୍ରତ ପାଳନ କରିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ସେ ଏନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ଠାକୁର ପୂଜା କରିବା ସମୟର ଏକ ଫଟେ ସେୟାର କରି କ୍ୟାପସନ୍ରେ ଲେଖିଛନ୍ତି, ମା’ଙ୍କ କୃପାରୁ ସବୁ ସଧବାଙ୍କ ମଥାରେ ସିନ୍ଦୁର ଶୋଭା ପାଉଥାଉ। ସମସ୍ତେ ସୁଖରେ ଓ ଖୁସିରେ ଘର ସଂସାର କରନ୍ତୁ। ସମସ୍ତଙ୍କର ମଙ୍ଗଳ ହେଉ।
ବର୍ଷାଙ୍କ ଏହି ପୋଷ୍ଟରେ ତାଙ୍କ ପ୍ରଶଂସକ ମାନେ ପ୍ରତିକ୍ରିୟା ଦେଇଛନ୍ତି। କିଛି ଲୋକ ସ୍ବାମୀ ଅନୁଭବ ମହାନ୍ତିଙ୍କ ସହ ପୁଣି ଥରେ ଏକାଠି ହୋଇଯାଆନ୍ତୁ ବୋଲି କହିଥିବା ବେଳେ, ଆଉ କିଛି ଲୋକ ତୁରନ୍ତ ସବୁ କଳିର ସମାଧାନ ହେଉ ବୋଲି କହିଛନ୍ତି।
Powered by Froala Editor