ଦେଶରେ କମୁଛି କରୋନା ସଂକ୍ରମଣ, ବଢୁଛି ମୃତ୍ୟୁ ସଂଖ୍ୟା
ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି । ତେବେ ମୃତୁ୍ୟ ସଂଖ୍ୟା ପୁଣି ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୯ ହଜାର ୯୬୮ରହିଛି । ସେହିପରି ଏହି ସମୟ ମଧ୍ୟରେ ଦେଶରେ କରୋନାରେ ୬୭୩ ଜଣଙ୍କ ମୃତୁ୍ୟ ଘଟିଛି । ଗତକାଲି ମୃତୁ୍ୟ ସଂଖ୍ୟା ୩୨୫ ଥିଲା ।
ଗତ ୨୪ ଘଣ୍ଟାରେ ୪୮ ହଜାର ୮୪୭ ଜଣ ସୁସ୍ଥ ହୋଇଛନ୍ତି । ଏହି ସମୟରେ ସକ୍ରିୟ ମାମଲା ୨ ଲକ୍ଷ ୨୪ ହଜାର ୧୮୭ ରେ ପହଂଚିଛି । ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୧୧ ହଜାର ୯୦୩ ଛୁଇଁଛି । ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୨୮ ଲକ୍ଷ ୨୨ ହଜାର ୪୭୩ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୨୦ ଲକ୍ଷ ୮୬ ହଜାର ୩୮୩ ଜଣ ସୁସ୍ଥ ହୋଇ ସାରିଛନ୍ତି ।
ଗତ ୨୪ ଘଣ୍ଟାରେ ଦେଶର ୭ଟି ରାଜ୍ୟ ମଧ୍ୟରେ କେରଳର ସର୍ବାଧିକ ୬,୭୫୭ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ସେହିପରି ମହାରାଷ୍ଟ୍ରରେ ୧,୬୩୫, ମିଜୋରାମରେ ୧,୩୨୬ ,କର୍ନାଟକରେ ୧,୧୩୭, ରାଜସ୍ଥାନରେ ୧,୦୭୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତାମିଲନାଡୁରେ ୧,୦୫୧ ଏବଂ ମଧ୍ୟପ୍ରଦେଶରେ ୧,୦୧୩ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
Powered by Froala Editor