କୋଠା ବେସମେଣ୍ଟରେ ଅଗ୍ନିକାଣ୍ଡ, ଜଳିଗଲା ୧୦ ଗାଡି

ନୂଆଦିଲ୍ଲୀ : ନୂଆଦିଲ୍ଲୀର ଏକ କୋଠା ବେସମେଣ୍ଟରେ ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦିଲ୍ଲୀର ଦ୍ୱାରକା ମେନ୍ ମାଟିଆଲା ରୋଡରେ ଏହି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡର ପ୍ରକୋପ ଏତେ ଅଧିକ ଥିଲା ଯେ, ଏଥିରେ ୧୦ରୁ ୍ରଅଧିକ ଗାଡି ଜଳିଯାଇଛି । ଏହାସହିତ ଏଥିରେ ୫ଜଣ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଅଗ୍ନିଶମ ବାହିନୀ ୫ଜଣ ଗୁରୁତରଙ୍କ ସହ ୫୨ଜଣଙ୍କୁ ଉଦ୍ଧାର କରିଛନ୍ତି । ଗୁରୁତର ହୋଇଥିବା ୫ଜଣଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିସôା ଜାରି ରହିଛି ।
Powered by Froala Editor