ମାନୁଷୀଙ୍କ ବ୍ରାଇଡାଲ ଲୁକ୍ ପାଇଁ ଆସିଥିଲେ ୨୫ ଜଣ

ଆସୁଛନ୍ତି 'ସମ୍ରାଟ ପୃଥୀରାଜ' । ଏହା ଏକ ଐତିହାସିକ କାହାଣୀ ଉପରେ ଆଧାରିତ। ଫିଲ୍ମଟି ଜୁନ୍ ୩ରେ ପ୍ରେକ୍ଷାଳୟରେ ରିଲିଜ୍ ହେବ। ଏହି ଫିଲ୍ମରେ ଅଭିନେତା ଅକ୍ଷୟ କୁମାର ଏବଂ ମିସ ୱାଲର୍ଡ ମାନୁଷୀ ଛିଲରଙ୍କୁ ଦେଖିବାକୁ ମିଳିବ। ଅକ୍ଷୟ କୁମାର ପୃଥୀରାଜଙ୍କ ଭୂମିକାରେ ନଜର ଆସୁଥିବାବେଳେ ମାନୁଷୀଙ୍କ ସଂୟୋଗିତା ଭୂମିକାରେ ନଜର ଆସିବେ। ତେବେ ଫିଲ୍ମର ସୁଟିଂ ବେଳର କିଛି ରୋଚକ ଖବର ଶୁଣିବାକୁ ମିଳିଛି । ଏହି ଫିଲ୍ମରେ ମାନୁଷୀଙ୍କ ବ୍ରାଇଡାଲ ଲୁକ୍ ପାଇଁ ୨୫ ଜଣ ସାମିଲ ଥିଲେ। ଏହା ନିଜେ ମାନୁଷୀ ଏକ ସାକ୍ଷାତକାର ମାନୁଷୀ ଖୁଲାସା କରିଛନ୍ତି । ସେ କହିଛନ୍ତି ,'ସମ୍ରାଟ ପୃଥୀରାଜ'ର ଫିଲ୍ମରେ ବିବାହର ସିକ୍ବେନ୍ସ ସବୁଠାରୁ ଅଧିକ ଲମ୍ବା ଶୁଟ ଥିଲା। ଏଥିପାଇଁ ୨୫ ଜଣ ଲୋକ ମିଶି ୩ ଘଣ୍ଟା ସଜେଇଥିଲେ। କାରଣ ନିର୍ଦ୍ଦେଶକ ରାଜକୁମାରୀ ସୟୋଂଗିତାଙ୍କୁ ନ୍ୟାଚୁରାଲ ଦେଖିବାକୁ ଚାହୁଁଥିଲେ।
Powered by Froala Editor