ଠିଆ ହୋଇଥିଲା କୋଇଲା ବୋଝେଇ ମାଲଗାଡି, ହଠାତ୍ ନିଆଁ ଲାଗିଗଲା

ବନ୍ଧମୁଣ୍ଡା ରେଳବାଇ ଏକ୍ସଚେଞ୍ଜ ଗାର୍ଡରେ ଛିଡା ହୋଇଥିବା ଏକ କୋଇଲା ବୋଝେଇ ମାଲଗାଡ଼ିରେ ନିଆଁ ଲାଗିଯାଇଛି। ଅଗ୍ନିକାଣ୍ଡରେ କାହାର କିଛି କ୍ଷୟକ୍ଷତି ହୋଇନାହିଁ। ଅନେକ ସମୟରେ କୋଇଲା ବୋଝେଇ ଟ୍ରେନଗୁଡିକରେ ନିଆଁ ଲାଗିଥାଏ। ଏଥି ସହିତ ଗଦା ହୋଇ ରହିଥିବା କୋଇଲାରେ ବି ନିଆଁ ଲାଗିଯାଇଥାଏ। କୋଇଲା ଗୋଟିଏ ଜାଗାରେ ମହଜୁଦ ହୋଇ ରହିଥିବାବେଳେ ସେଥିରେ ରସାୟନିକ ପ୍ରକ୍ରିୟା ଘଟିବା ଦ୍ବାରା ଏଭଳି ହୋଇଥାଏ ।
ସୂଚନାଯୋଗ୍ୟ ଯେ, ରବିବାର ତିନିଟି ୱାଗନ୍ରୁ ଧୂଆଁ ବାହାରୁଥିବା ଦେଖି କାର୍ଯ୍ୟରତ କର୍ମଚାରୀମାନେ ଭୟରେ ଏଣେତେଣେ ଦୌଡିବାକୁ ଲାଗିଥିଲେ। ଏ ସଂକ୍ରାନ୍ତରେ କିଛି କର୍ମଚାରୀ ରାଉରକେଲା ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଅଗ୍ନିଶମ ଗାଡି ପହଞ୍ଚି ତିନିଟି ୱାଗନ୍ରେ ଲାଗିଥିବା ନିଆଁକୁ ଲିଭାଇଥିଲେ।
Powered by Froala Editor