ପୁଣି ଭାରତରୁ ବାଲାଂଦେଶକୁ ଗଡ଼ିଲା ଯାତ୍ରୀବାହୀ ଟ୍ରେନ
ଦୁଇ ବର୍ଷ ପରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଯାତ୍ରୀବାହୀ ଟ୍ରେନ୍ ସେବା ପୁଣି ଆରମ୍ଭ ହୋଇଛି। ମହାମାରୀ କରୋନା ଯୋଗୁ ବନ୍ଦ ଥିବା ରେଳସେବା ପୁଣି ଥରେ ଶୁଭାରମ୍ଭ ହୋଇଛି। ଆଜି କୋଲକାତାରେ ବନ୍ଧନ ଏକ୍ସପ୍ରେସ ନାମକ ପ୍ରଥମ ଟ୍ରେନ୍ ପଶ୍ଚିମବଙ୍ଗର ରାଜଧାନୀ କୋଲକାତା ଠାରୁ ବାଂଲାଦେଶର ଖୁଲନା ଅଭିମୁଖେ ଯାତ୍ରା କରିଛି। ଏହା ବ୍ୟତୀତ ବାଂଲାଦେଶର ରାଜଧାନୀ ଢ଼ାକା ପାଇଁ ଚାଲୁଥିବା ମୌତ୍ରୀ ଏକ୍ସପ୍ରେସ ମଧ୍ୟ ତାର ଯାତ୍ରା ଆରମ୍ଭ କରିଛି। ଏହି ଟ୍ରେନ୍ ଆସନ୍ତାକାଲି କୋଲକାତାରୁ ଢାକା ଅଭିମୁଖେ ଯାତ୍ରା କରିବ। ୨୦୨୦ ମାର୍ଚ୍ଚ ମାସ ପରଠାରୁ ଉଭୟ ଦେଶ ମଧ୍ୟରେ ପୁଣି ଥରେ ଏହି ଟ୍ରେନ୍ ସେବା ଆରମ୍ଭ ହୋଇଥିବାରୁ ଯାତ୍ରୀଙ୍କୁ ଖୁସି ଆଣିଦେଇଛି।
ପୂର୍ବାଞ୍ଚଳ ରେଳବାଇ ମୁଖପାତ୍ର ଏକଲବ୍ୟ ଚକ୍ରବର୍ତ୍ତୀ ନ୍ୟୁଜ୍ ଏଜେନ୍ସି ପିଟିଆଇକୁ କହିଛନ୍ତି ଯେ, ଟ୍ରେନ୍ ସେବା ପୁଣି ଥରେ ଆରମ୍ଭ ହୋଇଥିବାରୁ ସୀମାର ଉଭୟ ପାର୍ଶ୍ୱରେ ଲୋକମାନେ ଉତ୍ସାହିତ ଅଛନ୍ତି। ଏହି ଟ୍ରେନ୍ ଗୁଡିକ ଆଗାମୀ କିଛି ଦିନ ପାଇଁ ସମ୍ପୂର୍ଣ୍ଣ ବୁକ୍ ହୋଇସାରିଛି। “
କୋଲକାତାରୁ ଖୁଲଣ ମଧ୍ୟରେ ବନ୍ଧନ ଏକ୍ସପ୍ରେସ୍ ସପ୍ତାହକୁ ୨ ଥର , ମୈତ୍ରୀ ଏକ୍ସପ୍ରେସ୍ କୋଲକାତାରୁ ଢାକାକୁ ସପ୍ତାହକୁ ୫ ଥର ଯାତ୍ରା କରିବ। ଉଭୟ ଦେଶକୁ ଗମନାଗମନ ପାଇଁ ଟ୍ରେନ୍ ଯାତ୍ରା ସୂଲଭ ମୂଲ୍ୟ ଥିବାରୁ ଯାତ୍ରୀମାନେ ବେଶ ପସନ୍ଦ କରୁଛନ୍ତି। ଗୋଟିଏ ଟ୍ରେନ୍ରେ ୪୫୦ ଜଣ ଯାତ୍ରୀ ଯାଇପାରିବେ। ସେହିପରି ଯାତ୍ରୀଙ୍କ ଆରାମ ପାଇଁ ଏସି ଚେୟାର ଏବଂ ଏକଜିକ୍ୟୁଟିଭ କାଟାଗୋରି ବ୍ୟବସ୍ଥା ରହିଛି ।
Powered by Froala Editor