୩ ଦିନ ଆଗରୁ କେରଳ ଛୁଇଁଲା ମୌସୁମୀ
କେରଳରେ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିଛି। ନିର୍ଦ୍ଧାରିତ ସମୟର ତିନି ଦିନ ପୂର୍ବରୁ ଆଜି କେରଳ ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ମୌସୁମୀ ବାୟୁ ଛୁଇଁବା ପରେ କେରଳର ଅନେକ ସ୍ଥାନରେ ହାଲୁକା ବର୍ଷା ଆରମ୍ଭ ହୋଇଛି। ଭାରତୀୟ ପାଣିପାଗ ବିଭାଗସୂତ୍ରରୁ ଜଣାପଡ଼ିଛି ଯେ, ଆଜି ସକାଳେ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଆରବ ସାଗର, ଲକ୍ଷାଦ୍ବୀପ ଅଞ୍ଚଳ, କେରଳର ଅଧିକାଂଶ ଅଞ୍ଚଳ, ଦକ୍ଷିଣ ତାମିଲନାଡୁର କେତେକ ଅଞ୍ଚଳ, ମାନ୍ନାର ଉପସାଗରର କିଛି ଅଞ୍ଚଳ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରର ଆଉ କିଛି ଅଞ୍ଚଳରେ ପ୍ରବେଶ କରିଛି।
ଚଳିତ ବର୍ଷ ମୌସୁମୀ ବାୟୁର ଆଗମନ ସ୍ବାଭାବିକ ଦିନଠାରୁ ୩ ଦିନ ଆଗୁଆ ରହିଛି।ସାଧାରଣତଃ ଜୁନ୍ ୧ ତାରିଖରେ ମୌସୁମୀ ବାୟୁ କେରଳ ଛୁଇଁଥାଏ। ତେବେ ମୌସୁମୀ ବାୟୁ ଓଡ଼ିଶା କେବେ ଛୁଇଁବ ସେ ନେଇ କିଛି ଆକଳନ କରାଯାଇ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍ ଆର୍ ବିଶ୍ୱାସ କହିଛନ୍ତି।
Powered by Froala Editor