ଦୁଃଖଦ ଘଟଣା : ଗଛରୁ ପଡ଼ି ଯୁବକ ମୃତ
କରଞ୍ଜିଆ : ମହୁ ସଂଗ୍ରହ କରିବାକୁ ଗଛରେ ଚଢ଼ିଥିବା ଜଣେ ଯୁବକ ପଡ଼ି ଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ପୁରୁଣାପାଣି ଗାଁରେ ଘଟିଛି ଏହି ଦୁଃଖଦ ଘଟଣା।
ମୃତ ଯୁବକଙ୍କ ନାଁ ଶୁକ ଖଣ୍ଡୁଆଳ। ତାଙ୍କ ଘର ସାଲେଇବେଡ଼ା ପଞ୍ଚାୟତର ଖପରଖାଇ ଗାଁରେ। ଗତକାଲି ବିଳମ୍ବିତ ରାତିରେ ସେ ପୁରୁଣାପାଣି ଗାଁରେ ଏକ ସିମିଳି ଗଛରେ ହୋଇଥିବା ମହୁଫେଣାରୁ ମହୁ ସଂଗ୍ରହ କରୁଥିଲେ। ତେବେ ଭାରସାମ୍ୟ ହରାଇବାରୁ ସେ ଗଛରୁ ପଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଏକ ଅଟୋ ଯୋଗେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଠାକୁରମୁଣ୍ଡା ପୁଲିସ୍ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି।
Powered by Froala Editor