ଭାରି ବଢ଼ିଆ ଟମାଟୋ ସସ୍ ପାସ୍ତା
ସାଧାରଣତଃ ଆମେ ପାସ୍ତା ତିଆରି କରିବା ବେଳେ ପ୍ରଥମେ ଏହାକୁ ସିଝାଇ ତା’ ପରେ ମସାଲା ପକାଇ ତିଆରି କରିଥାଉ। କିନ୍ତୁ ଆଜି ଆସନ୍ତୁ ନୂଆ ଷ୍ଟାଇଲ୍ରେ ଶିଖିବା ଟମାଟୋ ସସ୍ ପାସ୍ତା। ଏହାକୁ ଖାଇବା ପରେ ପିଲା କ’ଣ ବଡ଼ ମାନେ ମଧ୍ୟ ଆପଣଙ୍କ ରୋଷେଇର ଫ୍ୟାନ୍ ହୋଇଯିବେ।
ଟମାଟୋ ସସ୍ ପାସ୍ତା ପାଇଁ ଆବଶ୍ୟକୀୟ ଉପକରଣ: ୧ କପ୍ ପାସ୍ତା, ୨ ଟି କଟା ପିଆଜ, ୧ କଟା କ୍ୟାପ୍ସିକମ୍, ୧ କପ୍ ଟମାଟୋ ପ୍ୟୁରି, ୧ ଚାମଚ ଗରମ ମସଲା, ୧/୪ ଚାମଚ ଲାଲ୍ ଲଙ୍କା ଗୁଣ୍ଡ, ୧/୪ ଟମାଟୋ ସସ୍, ୧ ପାସ୍ତା ମସଲା ପ୍ୟାକେଟ୍, ସ୍ୱାଦାନୁସାରେ ଲୁଣ, ଆବଶ୍ୟକ ଅନୁସାରେ ତେଲ
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ମିଡିୟମ୍ ଆଞ୍ଚରେ ପ୍ୟାନ୍ରେ ତେଲ ପକାଇ ଗରମ କରନ୍ତୁ। ଏବେ ଏଥିରେ କଟା ପିଆଜ ଓ କ୍ୟାପ୍ସିକମ୍ ପକାଇ ହାଲ୍କା ଭାଜନ୍ତୁ। ଏବେ ଟମାଟୋ ପ୍ୟୁରି ମିଶାଇ ନରମ ହେବା ଯାଏଁ ଭାଜନ୍ତୁ। ଏଥିରେ ପାସ୍ତା ମସାଲା, ଗରମ ମସାଲା, ଲାଲ ଲଙ୍କା ଗୁଣ୍ଡ ଓ ଲୁଣ ଗୋଳାନ୍ତୁ। ମସଲାରୁ ତେଲ ବାହାରିଲେ ସେଥିରେ ପାସ୍ତାକୁ ମିଶାଇ ୧ରୁ ଦେଢ଼ କପ୍ ପାଣି ଦେଇ ସିଝିବାକୁ ଛାଡ଼ି ଦିଅନ୍ତୁ। ପାସ୍ତା ସବୁ ପାଣି ଶୋଷି ଦେବା ପରେ ଉପରେ ଟମାଟୋ ସସ୍ ପକାଇ ୨ ମିନିଟ୍ ସିଝାନ୍ତୁ। ତା’ ପରେ ଗ୍ୟାସ୍ ବନ୍ଦ କରି ପ୍ଲେଟ୍କୁ ବାହାର କରି ସର୍ଭ ଗରନ୍ତୁ ଟମାଟୋ ସସ୍ ପାସ୍ତା। ଏହାକୁ ଗରମା ଗରମ ଖାଇଲେ ଭାରି ବଢ଼ିଆ ଲାଗିବ।
Powered by Froala Editor