ବଡ଼ ଘୋଷଣା : ସନ୍ଧ୍ୟା ୭ଟା ପରେ ମହିଳାଙ୍କୁ ଅଫିସ୍ କାମ କରିବାକୁ ବାଧ୍ୟ କରାଯାଇପାରିବ ନାହିଁ
ମହିଳାଙ୍କ ସୁରକ୍ଷା ନେଇ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଜାରି କରିଛନ୍ତି ଯେ, କୌଣସି ମହିଳାଙ୍କ ସହମତି ବିନା ତାଙ୍କୁ ସକାଳ ୬ ପୂର୍ବରୁ କିମ୍ବା ସନ୍ଧ୍ୟା ପରେ କାମ କରିବାକୁ ବାଧ୍ୟ କରାଯାଇ ପାରିବ ନାହିଁ। କେବଳ ଏତିକି ନୁହେଁ, ଉପରୋକ୍ତ ଘଣ୍ଟା ମଧ୍ୟରେ କାମ କରୁଥିବା ମହିଳାଙ୍କୁ ମାଗଣା ପରିବହନ, ଖାଦ୍ୟ ଏବଂ ପର୍ଯ୍ୟାପ୍ତ ସୁରକ୍ଷା ମଧ୍ୟ ଯୋଗାଇବାକୁ ପଡିବ ।
ଏହା ସହିତ ଉତ୍ତରପ୍ରଦେଶ ସରକାର ଏହା ମଧ୍ୟ କହିଛନ୍ତି ଯେ ଯଦି ଜଣେ ମହିଳା କର୍ମଚାରୀଙ୍କୁ ବିଶେଷ ପରିସ୍ଥିତିରେ ଅଟକାଇ ଦିଆଯାଏ, ତା’ହେଲେ ତାଙ୍କଠାରୁ ଲିଖିତ ଅନୁମତି ନେବାକୁ ପଡ଼ିବ। ଏଥିରୁ ସ୍ପଷ୍ଟ ହୋଇଛି ଯେ ଯୋଗୀ ସରକାରଙ୍କ ଏହି ନିଷ୍ପତ୍ତି ପରେ ଉତ୍ତରପ୍ରଦେଶର କୌଣସି ମହିଳାଙ୍କୁ ନାଇଟ୍ ସିଫ୍ଟରେ କାମ କରିବାକୁ ଡକାଯାଇପାରିବ ନାହିଁ କିମ୍ବା ବିଳମ୍ବିତ ରାତି ପର୍ଯ୍ୟନ୍ତ ତାଙ୍କୁ ଡ୍ୟୁଟି କରିବାକୁ ବାଧ୍ୟ ଦିଆଯାଇପାରିବ ନାହିଁ। ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଯୋଗୀ ସରକାର ଏହି ବଡ ନିଷ୍ପତ୍ତି ନେଇଛନ୍ତି। ସରକାରୀ ମାର୍ଗ ଦର୍ଶିକା ପାଳନ ନକଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଜାରି କରିଛନ୍ତି।
Powered by Froala Editor