ପାକିସ୍ତାନରେ ପେଟ୍ରୋଲ ଦର ଲିଟର ପିଛା ୩୦ ଟଙ୍କା ବୃଦ୍ଧି, ଜାଣନ୍ତୁ କାହିଁକି
ଇସଲାମବାଦ: ପାକିସ୍ତାନ ସରକାର ଶୁକ୍ରବାର ପେଟ୍ରୋଲିୟମ ଉପôାଦ ଦାମ୍ ଲିଟର ପିଛା ୩୦ ଟଙ୍କା ବୃଦ୍ଧି କରିଛନ୍ତି । ଏଥିପାଇଁ ପାକିସ୍ତାନୀ ମୁଦ୍ରାରେ ପେଟ୍ରୋଲ ଦାମ୍ ପ୍ରାୟ ୧୮୦ଟଙ୍କାରେ ପହଞ୍ଚିଛି । ଏହାସହିତ ଦେଶରେ ଡିଜେଲ ଦର ଲିଟର ପିଛା ୧୭୪ଟଙ୍କା ଏବଂ କିରୋସିନି ଦାମ୍ ୧୫୬ଟଙ୍କା ହୋଇଛି । ମୂଳ୍ୟ ବୃଦ୍ଧି ପ୍ରସଙ୍ଗରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କୁ ସମାଲୋଚନା କରିଛନ୍ତି । ଅନ୍ୟପକ୍ଷରେ ସେ ପୁଣି ଭାରତକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ତାଙ୍କ ସରକାରଙ୍କ ଦ୍ୱାରା ଋଷରୁ ୩୦ପ୍ରତିଶତ ଶସ୍ତା ତେଲ ଆମଦାନୀ ପାଇଁ ହୋଇଥିବା ବୁଝାମଣାକୁ ଶାହବାଜଙ୍କ ସମ୍ବେଦନହୀନ ସରକାର ଆଗକୁ ବଢାଇଲେ ନାହିଁ । ଶାହବାଜ ସରକାରଙ୍କ ପାଇଁ ପାକିସ୍ତାନର ଲୋକଙ୍କୁ ମୂଲ୍ୟ ଦେବାକୁ ପଡୁଛି ।
ଏଥିପାଇଁ ପେଟ୍ରୋଲ ଓ ଡିଜେଲ ଦର ପାଖାପାଖ ୨୦ ପ୍ରତିଶତ ବା ଲିଟର ପିଛା ୩୦ଟଙ୍କା ବୃଦ୍ଧି କରାଯାଇଛି । ଦେଶର ଇତିହାସରେ କୌଣସି ଗୋଟିଏ ଦିନରେ ଏତେମାତ୍ରାରେ ଦର ବୃଦ୍ଧି କରାଯାଇ ନଥିଲା । ଅନ୍ୟପକ୍ଷରେ ଭାରାତ ସରକାର ଋଷରୁ ଶସ୍ତାରେ ତେଲ କିଣି ଇନ୍ଧନ ମୂଲ୍ୟରେ ୨୫ଟଙ୍କା ( ପାକିସ୍ତାନୀ ମୁଦ୍ରାରେ) ହ୍ରାସ କରିବାରେ ସଫଳ ହୋଇଛନ୍ତି ବୋଲି ଇମ୍ରାନ କହିଛନ୍ତି ।
Powered by Froala Editor