ଅଭାବନୀୟ ଘଟଣା: କୂଅରୁ ମିଳିଲା ୫ ମୃତଦେହ
ଜୟପୁର: ରାଜସ୍ଥାନରେ ଅଭାବନୀୟ ଘଟଣା । କୂଅ ଭିତରୁ ୫ଜଣଙ୍କ ମୃତଦେହ ଉଦ୍ଧାର କଲା ପୋଲିସ । ମୃତକଙ୍କ ମଧ୍ୟରେ ୩ଜଣ ମହିଳା ରହିଥିବା ବେଳେ ୨ ଜଣ ଶିଶୁ ରହିଛନ୍ତି । ରାଜସ୍ଥାନର ଡୁଡୁ ଅଞ୍ଚଳର ଏକ କୂଅରୁ ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡିଛି । ଗତ ମେ’ ୨୫ ତାରିଖରୁ ତିନି ଉଭଣୀ ଓ ତାଙ୍କ ୨ଶିଶୁ ନିଖୋଜ ଥିଲେ । ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଛାନଭିନ ଆରମ୍ଭ କରିଥିଲା ।ଆଜି ସକାଳୁ ଡୁଡୁ ପୋଲିସ ଷ୍ଟେସନ ଅଞ୍ଚଳର ନରେନା ରାସ୍ତାରେ କଡରେ ଥିବା ଏକ କୂଅରେ ମୃତଦେହ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି କୂଅରୁ ୩ ଜଣ ମହିଳାଙ୍କ ସମେତ ଦୁଇ ଶିଶୁଙ୍କ ମୃତଦେହ ଉଦ୍ଧାର କରିଥିଲା । ମୃୃତ ୩ ମହିଳା ତିନି ଭଉଣୀ ହୋଇଥିବା ଜଣାପଡିଛି । ତେବେ ସେମାନେ ଆତ୍ମହତ୍ୟା କରିଛନ୍ତି ନା ହତ୍ୟା କରାଯାଇଛି ସେନେଇ କିଛି ସ୍ପଷ୍ଟ ସୂଚନା ହସ୍ତଗତ ହୋଇନଥିବା ବେଳେ ଶାଶୁଘରେ ଯୌତୁକ ନିର୍ୟାତନା କାରଣରୁ ଏପରି ହୋଇଥିବା ମହିଳାଙ୍କ ଭାଇ ଅଭିଯୋଗ କରିଛନ୍ତି । ମୃତ ଶିଶୁ ମଧ୍ୟରୁ ଜଣଙ୍କ ବୟସ ୪ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣେ ମାତ୍ର ୨୦ ଦିନର । ମୃତ ମହିଳା ହେଉଛନ୍ତି କାଲୁ ଦେବୀ, ମମତା ଦେବୀ ଓ କମଲେଶ ବୋଲି ଜଣାପଡିଛି।
Powered by Froala Editor