ସିଟ୍ ମିଳିଲାନି ବୋଲି ରାଗରେ ପଳାଇ ଆସିଲେ ହର୍ଷବର୍ଦ୍ଧନ
ଦିଲ୍ଲୀର ନୂଆ ଉପରାଜ୍ୟପାଳ ବିନୟ କୁମାର ସକ୍ସେନାଙ୍କ ଶପଥ ସମାରୋହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇ ପୂର୍ବତନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ସାଂସଦ ଡ. ହର୍ଷବର୍ଦ୍ଧନ ରାଗି ଯାଇ ଅଧାରୁ ଫେରି ଆସିଥିବା ଦେଖିବାକୁ ମିଳିଛି।
ଆଜି ଦିଲ୍ଲୀର ନୂଆ ଉପରାଜ୍ୟପାଳ ଭାବେ ବିନୟ କୁମାର ସକ୍ସେନା ଶପଥ ନେଇଛନ୍ତି। ଏହି ଶପଥ ସମାରୋହରେ ଅନେକ ନେତା ମନ୍ତ୍ରୀ ଯୋଗ ଦେଇଥିଲେ। ସାଂସଦ ହର୍ଷବର୍ଦ୍ଧନ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ତେବେ ତାଙ୍କୁ ବସିବାକୁ ଯେଉଁ ସିଟ୍ ମିଳିଥିଲା ସେଥିରେ ସେ ସନ୍ତୁଷ୍ଟ ନଥିଲେ। ରାଗି ଯାଇ ସେ ଶପଥ ସମାରୋହ ପୂର୍ବରୁ ହିଁ ସେଠାରୁ ଉଠି ଆସିଥିଲେ।
ତେବେ ତାଙ୍କୁ ବସିବାକୁ ଯେଉଁ ସିଟ ମିଳିଥିଲା ସେଥିରେ ସେ ସନ୍ତୁଷ୍ଟ ନ ଥିଲେ। ତେଣୁ ରାଗି ଯାଇ ସେ ଶପଥ ସମାରୋହ ପୂର୍ବରୁ ଉଠି ଆସିଥିଲେ। ତେବେ ଯିବା ବେଳେ ହର୍ଷବର୍ଦ୍ଧନ କହିଛନ୍ତି ଯେ, ଏହି ଅପମାନର ଅଭିଯୋଗ ଉପରାଜ୍ୟପାଳଙ୍କୁ କରିବେ ବୋଲି ଦିଲ୍ଲୀ ମୁଖ୍ୟ ସଚିବ ନରେଶ କୁମାରଙ୍କୁ କହିଛନ୍ତି। 'ମୁଁ ବିନୟ ସକ୍ସେନାକୁ ଏନେଇ ଚିଠି ଲେଖିବି ବୋଲି ମଧ୍ୟ ସେ କଡା ଭାଷାରେ କହିଛନ୍ତି।
Powered by Froala Editor