ରାଜ୍ୟପାଳ ନୁହେଁ, କୁଳପତି ଦାୟିତ୍ୱରେ ରହିବେ ମୁଖ୍ୟମନ୍ତ୍ରୀ
ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ଏକ ବଡ଼ ଚେକ୍ ଦେବାକୁ ଯୋଜନା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏବେ ରାଜ୍ୟପାଳଙ୍କ ବଦଳରେ କୁଳପତି ଦାୟିତ୍ୱରେ ରହିବେ ମୁଖ୍ୟମନ୍ତ୍ରୀ । ଏପରି ଏକ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି ପଶ୍ଚିମବଙ୍ଗ କ୍ୟାବିନେଟ୍ । ବୁଧବାର ବସିଥିବା କ୍ୟାବିନେଟ୍ ବୈଠକରେ ରାଜ୍ୟ ପରିଚାଳିତ ବିଶ୍ୱ ବିଦ୍ୟାଳୟଗୁଡ଼ିକର କୁଳାଧିପତି ମୁଖ୍ୟମନ୍ତ୍ରୀ ରହିବାନେଇ ପ୍ରସ୍ତାବ ପାରିତ ହୋଇଛି ।
ଏହିକ୍ରମରେ ରାଜ୍ୟରେ ଥିବା ସମସ୍ତ ରାଜ୍ୟ ପରିଚାଳିକତ ବିଶ୍ୱବିଦ୍ୟାଳୟରେ କୁଳାଧିପତି ପଦବୀରୁ ରାଜ୍ୟପାଳ ହଟିବା ନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର। ତାଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ଅର୍ଥାତ ମମତା ବାନାର୍ଜୀ କୁଳାଧିପତି ପଦବୀରେ ରହିବେ। ଏ ସମ୍ପର୍କରେ ବିଧାନସଭାରେ ସଂଶୋଧିତ ଆଇନ ଆଗତ ହେବ। ବିଧାନସଭାରେ ଏନେଇ ନୂଆ ସଂଶୋଧିତ ଆଇନ ଆସିବ। ଯେଉଁଥିରେ ରାଜ୍ୟସରକାରଙ୍କ ପାରିଚାଳିତ ବିଶ୍ୱବିଦ୍ୟାଳୟରେ ମୁଖ୍ୟମନ୍ତ୍ରୀ କୂଳାଧିପତି ରହିବେ। ଗତକାଲି ରାଜ୍ୟ କ୍ୟାବିନେଟରେ ପାରିତ ହୋଇଥିବା ନିଷ୍ପତ୍ତି ସମ୍ପର୍କରେ ବେଙ୍ଗଲ ଶିକ୍ଷାମନ୍ତ୍ରୀ ବ୍ରତୟା ବାଶୁ ଏହି ଘୋଷଣା କରିଛନ୍ତି ।
ତେବେ ଏପରି ପ୍ରସ୍ତାବ ପ୍ରଥମେ ୨୦୧୦ ମସିହାରେ ପୁଞ୍ଚି କମିଶନ ଦେଇଥିଲେ । ଗତବର୍ଷ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବିବାଦ ମଧ୍ୟରେ ଏହି ପ୍ରସ୍ତାବ ପୁଣିଥରେ ଉଠିଥିଲା । ପୂର୍ବରୁ ରାଜ୍ୟପାଳଙ୍କୁ ଅଣଦେଖା କରି ରାଜ୍ୟ ସରକାର ବିଶ୍ୱ ବିଦ୍ୟାଳୟ ଗୁଡ଼ିକରେ କୁଳପତି ନିଯୁକ୍ତ କରୁଥିବା ଅଭିଯୋଗ ହୋଇଥିଲା ।
Powered by Froala Editor