ଭୟଙ୍କର ଅଗ୍ନିକାଣ୍ଡରେ ଚାଲିଗଲା ୧୧ ଶିଶୁଙ୍କ ଜୀବନ
ଡାକାର : ଭଗବାନ ସତରେ ନିଷ୍ଠୁର । ଜନ୍ମ ନେଇ କିଛି ସମୟ ବଂଚିବା ପରେ ଭୟଙ୍କର ଅଗ୍ନିକାଣ୍ଡରେ ଚାଲିଗଲା ୧୧ ଶିଶୁଙ୍କ ଜୀବନ । ସେନେଗାଲର ଟିୱାଉନେ ସହରରେ ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ଏଠାରେ ଥିବା ଏକ ହସ୍ପିଟାଲରେ ୧୧ ନବଜାତ ଶିଶୁଙ୍କର ମୃତୁ୍ୟ ହୋଇଛି । ଏହିଭଳି ଦୁଃଖଦ ଘଟଣା ବିଷୟରେ ଦେଶରେ ରାଷ୍ଟ୍ରପତି ସୂଚନା ଦେଇଛନ୍ତି । ରାଷ୍ଟ୍ରପତି ମୈକ ସୈଲ ଏହି ଘଟଣା ସମ୍ପର୍କରେ ଟୁଇଟ କରି କହିଛନ୍ତି ଯେ, ଟିୱାଉନରେ ପବ୍ଲିକ୍ ହସ୍ପିଟାଲର ନବଜାତକ ୱାର୍ଡରେ ଅଗ୍ନିକାଣ୍ଡରେନବଜାତ ଶିଶୁ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଏହା ଅତ୍ୟନ୍ତ ଯନ୍ତ୍ରଣାଦାୟକ ଘଟଣା ବୋଲି ସେ କହିଛନ୍ତି ।
Powered by Froala Editor