ଯୌନକର୍ମୀଙ୍କୁ ମିଳିବ ଆଧାରକାର୍ଡ : ସୁପ୍ରିମ୍ କୋର୍ଟ
କଟକ: ଦେଶର ପ୍ରତ୍ୟେକ ଯୌନକର୍ମୀଙ୍କ ସମ୍ମାନର ସହ ବଂଚିବାର ଅଧିକାର ରହିଛି । ସେମାନଙ୍କର ଏହି ଅଧିକାର ଯେଭଳି କ୍ଷୁର୍ଣ୍ଣ ନ ହୁଏ । ସେଥିପାଇଁ ସୁପ୍ରିମ୍ କୋର୍ଟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ଉଦେ୍ଧଶ୍ୟରେ ବିସ୍ତୃତ ନିଦେ୍ର୍ଧଶନାମା ଜାରି କରିଛନ୍ତି । ନିଜ ଇଚ୍ଛାରେ କାର୍ଯ୍ୟ କରୁଥିବା ଯୌନ କର୍ମୀମାନଙ୍କୁ ଚଢଉ କରି ପୁଲିସ୍ ଗିରଫ କରିପାରିବ ନାହିଁ ବୋଲି ସୁପ୍ରିମ୍ କୋର୍ଟ ତାଙ୍କ ନିଦେ୍ର୍ଧଶନାମାରେ ସ୍ପଷ୍ଟ କରିଛନ୍ତି । କେବଳ ସେତିକି ନୁହେଁ, ଯୌନ କର୍ମୀମାନଙ୍କ ଉପରେ ପୁଲିସ୍ ଚଢଉ କରି ଫଟୋ ଓ ଭିଡିଓ ଯେମିତି ଗଣମାଧ୍ୟମରେ ସ୍ଥାନ ନପାଏ ସେ ନେଇ ପ୍ରେସ୍ କାଉନସିଲ ଅଫ ଇଣ୍ଡିଆ କଟକଣା ଲଗାଇବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସ୍ଥାୟୀ ଠିକଣା ପାଇଁ ଆଧାର କାର୍ଡରୁ ବଂଚିତ ହେଉଥିବା ଯୌନକର୍ମୀମାନଙ୍କୁ ତୁରନ୍ତ ଆଧାର କାର୍ଡ ପ୍ରଦାନ ଲାଗି ପଦକ୍ଷେପ ନେବାକୁ ସୁପ୍ରିମ୍କୋର୍ଟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ।
ଯୌନକର୍ମୀମାନଙ୍କ ଅଧିକାରକୁ ସୁରକ୍ଷା ଦେବା ଲାଗି ୨୦୨୧ ମସିହାରେ ସୁପ୍ରିମ୍କୋର୍ଟ ଏକ ପ୍ୟାନେଲ୍ ଗଠନ କରିଥିଲେ । ଏଥିପାଇଁ ସର୍ବୋଚ୍ଚ ଅଦାଲତ ଟର୍ମ ଅଫ୍ ରେଫରେନ୍ସ ମଧ୍ୟ ଧାର୍ଯ୍ୟ କରିଥିଲେ । ୨୦୧୬ ମସିହାରେ ପ୍ୟାନେଲ ପକ୍ଷରୁ ଏକ ବିସ୍ତୃତ କୌଣସି ଅଭିଯୋଗ ନେଇ ଯିବେ ତାହାକୁ ପୁଲିସ୍ ଗୁରୁତର ସହ ଗ୍ରହଣ କରିବେ । ଯେତେବେଳେ କୌଣସି ସ୍ଥାନରେ ଯୌନ କାରବାର ଅଭିଯୋଗରେ ଚଢଉ କରାଯିବ, ସେତେବେଳେ ଯୌନକର୍ମୀଙ୍କୁ ଗିରଫ କିମ୍ବା ଜରିମାନା ଅବା ନିର୍ଯାତନା ଦିଆଯାଇ ପାରିବ ନାହିଁ ।
Powered by Froala Editor