ସାଇବର ଥାନାରେ ବର୍ଷା

କଟକ: ସାଂସଦ ଅଦୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ପାରିବାରିକ ବିବାଦ ମାମଲା ଘନେଇବାରେ ଲାଗିଛି । ଆଜି ବର୍ଷା କଟକ ସାଇବର ଥାନାରେ ଏତଲା ଦେଇଛନ୍ତି। ସେ ଏତଲାରେ ଦର୍ଶାଇଛନ୍ତି ଯେ, ସୋସିଆଲ ମିଡିଆରେ ତାଙ୍କ ଛବି କରାଯାଉଛି ଓ କିଛି ବ୍ୟକ୍ତି ସୋସିଆଲ ମିଡିଆରେ ତାଙ୍କୁ ଖରାପ କରିବା ପାଇଁ ଷଡଯନ୍ତ୍ର କରୁଥିବା କଥା କହିଛନ୍ତି । ଆଇପିସି ଧାରା ୫୦୯ ଓ ଆଟି ଆକ୍ଟରେ ମାମଲା ରୁଜୁ ହୋଇଛି ।
ସୂଚନା ଅନୁସାରେ ଗତକାଲି କୋର୍ଟରେ ଶୁଣାଣି ଥିଲା । ସାଂସଦ ଅନୁଭବ ମହାନ୍ତି କୋର୍ଟରେ ଉପସ୍ଥିତ ଥିବା ବେଳେ ବର୍ଷାଙ୍କ ତରଫରୁ ତାଙ୍କ ଓକିଲ ଯୁକ୍ତି ବାଢିଥିଲେ । ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ । ବର୍ଷା ନିଜ ମୂଳ ଆବେଦନରେ କ୍ଷତିପୂରଣ ଓ ସ୍ୱତନ୍ତ୍ର ରହିବା ବ୍ୟବସ୍ଥା କରିବା କଥା କହିଥିଲେ । ବର୍ଷାଙ୍କ ସ୍ୱତନ୍ତ୍ର ରହିବା ବ୍ୟବସ୍ଥା ଆବେଦନକୁ ଗ୍ରହଣ କରି ନେଇଛନ୍ତି ଅନୁଭବ । ଏବେ ବର୍ଷା ନିଜ ଶାଶୁ ଘରେ ରହୁଥିବା ବେଳେ ସେଠାରେ ତାଙ୍କୁ ସିଙ୍ଗଲ ରୁମ୍ରେ ରହିବାକୁ ପଡୁଛି । ତେଣୁ ଉକ୍ତ ଘର ଛାଡି ଡବଲ କିମ୍ବା ଟ୍ରିପଲ ବେଡରୁମ୍ରେ ରହିବାକୁ ଅନୁଭବ ପ୍ରସ୍ତାବ ଦେଇଥିବା ବେଳେ ଏହାର ଭଡା ଦେବାକୁ ରାଜି ଥିବା କହିଥିଲେ । ଏଥିସହ ବର୍ଷା ସ୍ୱାମୀ ଅନୁଭବଙ୍କଠାରୁ କ୍ଷତିପୂରଣ ଦାବି କରିଥିବା ବେଳେ ନିଜ ଆୟ ଉସô ତଥା ଇନକମ୍ ସାର୍ଟିଫିକେଟ କୋର୍ଟରେ ଉପସ୍ଥାପନ କରିବାକୁ କହିଥିଲେ ଅନୁଭବଙ୍କ ଓକିଲ ।
Powered by Froala Editor