ଘାଟିରେ ଓଲଟିଲାବସ, ୬ ମୃତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର କଳିଙ୍ଗା ଘାଟିରେ ଓଲଟିଲା ଟୁରିଷ୍ଟ ବସ । ଦାରିଙ୍ଗବାଡିରୁ ଫେରୁଥିବାବେଳେ ବସ ବ୍ରେକ ପାଇପ ଫାଟିଯିବାରୁ ରାତି ୧୨ଟାରେ ଏହି ଅଘଟଣ ଘଟିଛି । ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି ।ସମସ୍ତ ପର୍ୟ୍ୟଟକ ପଶ୍ଚିମବଙ୍ଗ ହାୱଡା ଉଦନପୁରର । ସମସ୍ତ ଆହତଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ହାଇଡ୍ରା ମେସିନ ସାହାଯ୍ୟରେ ସମସ୍ତଙ୍କୁ ଉଦ୍ଧାର କରାଯାଇଛି । ପଶ୍ଚିମବଙ୍ଗ ହାଓ୍ଵାଡା ଜିଲ୍ଲା ଉଦନପୁର ଥାନା ଅଞ୍ଚଳର ସମସ୍ତ ଟୁରିଷ୍ଟ ଦାରିଙ୍ଗବାଡି ବୁଲିବାକୁ ଆସିଥିଲେ । ବୁଲାବୁଲି ସାରି ଫେରୁଥିବା ସମୟରେ କଳିଙ୍ଗାଘାଟିର ମଧ୍ୟ ଭାଗରେ ବସର ବ୍ରେକ ପାଇପ ଫାଟିଯିବା ଯୋଗୁଁ ଏ ଭୟଙ୍କର ଦୁର୍ଘଟଣା ଘଟିଛି ।ଦାରିଙ୍ଗିବାଡିରୁ ଫେରୁଥିବା ବେଳେ ମଧ୍ୟରାତ୍ରିରେ ଅଘଟଣ ଘଟିଛି । ହାଇଡ୍ରା ମେସିନ ମାଧ୍ୟମରେ ସମସ୍ତଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ସ୍ଥାନୀୟ ଭଞ୍ଜନଗର ମେଡିକାଲ ପରେ ବ୍ରହ୍ମପୁର ଏମ୍.କେ.ସି.ଜି କୁ ସ୍ଥାନାନ୍ତରିତ କରାଯାଇଛି ।
Powered by Froala Editor