ଡ୍ୟାମ୍ ଉପରେ ଚଢ଼ିବା ମହଙ୍ଗା ପଡ଼ିଲା : ୩୦ ଫୁଟ୍ରୁ ଖସିପଡ଼ଲେ ଯୁବକ

କର୍ଣ୍ଣାଟକରେ ଏକ ଭୟଙ୍କର ଘଟଣା ଭିଡିଓରେ କଏଦ ହୋଇଛି । ଜଣେ ଯୁବକ ଡ୍ୟାମ ଉପରୁ ଖସିପଡିଛନ୍ତି । ଯାହାର ଭିଡିଓ ଏବେ ଭାଇରାଲ ହେଉଛି । ଘଟଣାଟି କର୍ଣ୍ଣାଟକ ଚିକବଲ୍ଲାପୁର ଜିଲ୍ଲାର ।
ଚିକବଲ୍ଲାପୁର ଜିଲ୍ଲାରେ ଥିବା ଶ୍ରୀନିବାସ ସାଗର ଡ୍ୟାମକୁ ୨୦ବର୍ଷର ଯୁବକ ଶ୍ରୀନିବାସ ସାଗର ଡ୍ୟାମ ବୁଲିବାକୁ ଯାଇଥିଲେ। ହଠାତ୍ କୌଣସି କାରଣକୁ ନେଇ ସେ ଡ୍ୟାମ ଉପରକୁ ଚଢିବାକୁ ଲାଗିଥିଲେ। ପାଖାପାଖି ୩୦ ଫୁଟ ଉପରକୁ ସେ ଚଢି ଯାଇଥିଲେ। ଏହା ପରେ ହଠାତ୍ ସେ ଭାରସ୍ୟାମ ହରାଇ ତଳକୁ ଖସିଯାଇଥିଲେ। ଏହାଦ୍ବାରା ସେ ଗୁରୁତର ଆହତ ହୋଇଥିବା ଜଣାପଡିଛି।
ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ପ୍ରଶାସନର ଚେତାବନୀ ପରେ ମଧ୍ୟ ଯୁବକ ଜଣକ ଏପରି କରିଥିବାରୁ ତାଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି । ତେବେ ଡ୍ୟାମ ପାଖରେ ଅନେକ ଲୋକ ଉପସ୍ଥିତ ଥିଲେ ମଧ୍ୟ ତାଙ୍କୁ ଏଥିପାଇଁ କେହି ଅଟକାଇ ନଥିଲେ। ଯୁବକ ଜଣଙ୍କ ଚଢିବାର ଭିଡିଓ କରିଥିଲେ ଲୋକେ। ଯୁବକ ତଳେ ପଡୁଥିବାର ଭିଡିଓ ମଧ୍ୟ ରେକର୍ଡ କରାଯାଇଛି।
Powered by Froala Editor