ହୋଇଥିଲା ଷଡଯନ୍ତ୍ର, ୨ ମାସ ପୂର୍ବରୁ ପୁଟିନଙ୍କୁ କରାଯାଇଥାନ୍ତା ହତ୍ୟା
ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଜୀବନରୁ ମାରି ଦେବାକୁ ୨ ମାସ ତଳେ ଉଦ୍ୟମ କରାଯାଇଥିଲା। ତାଙ୍କୁ ହତ୍ୟା କରିବା ଲାଗି ଷଡ଼ଯନ୍ତ୍ର ରଚା ଯାଇଥିଲା। ତେବେ ସୌଭାଗ୍ୟବଶତଃ ସେ ଏହି ହତ୍ୟା ଉଦ୍ୟମରୁ ବର୍ତ୍ତି ଯାଇଛନ୍ତି ବୋଲି ୟୁକ୍ରେନର ଜଣେ ସାମରିକ ଅଧିକାରୀ ସୂଚନା ଦେଇଛନ୍ତି। ଏଭଳି ଏକ ସ୍ଥିତିରେ ୟୁକ୍ରେନର ଜଣେ ସେନାଧିକାରୀ ପୁଟିନଙ୍କୁ ହତ୍ୟା କରିବା ପାଇଁ ଯୋଜନା ହୋଇଥିବା କଥା ସ୍ୱୀକାର କରିଛନ୍ତି।
ଗୋଟିଏ ପଟେ ରୁଷ-ୟୁକ୍ରେନ ଯୁଦ୍ଧ ଚରମ ସୀମାରେ ପହଞ୍ଚିଥିବା ବେଳେ ଅନ୍ୟପଟେ ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବିଭିନ୍ନ ପ୍ରକାରର ଖବର ପ୍ରକାଶ ପାଉଛି। ଏହି ରିପୋର୍ଟ ପରେ ପୁଟିନଙ୍କ ସ୍ବାସ୍ଥ୍ୟ ଚିନ୍ତା ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ବର୍ତ୍ତମାନ ସୁଦ୍ଧା ଏହା ନିଶ୍ଚିତ ହୋଇପାରି ନାହିଁ ।
ୟୁକ୍ରେନର ପ୍ରତିରକ୍ଷା ଇଣ୍ଟେଲିଜେନ୍ସର ମୁଖ୍ୟ ମେଜର ଜେନେରାଲ କିର୍ଲୋ ବୁଡାନୋଭ କହିଛନ୍ତି ଯେ କୃଷ୍ଣସାଗର ଏବଂ କାସ୍ପିଆନ ସାଗର ମଧ୍ୟରେ ଥିବା କାକେଶସ ନାମକ ଏକ ସ୍ଥାନରେ ଏହି ବିଫଳ ପ୍ରୟାସ କରାଯାଇଥିଲା। ସ୍କାଏ ନ୍ୟୁଜକୁ ଦେଇଥିବା ଏକ ସାକ୍ଷାତକାରରେ ସେ ପୂର୍ବାନୁମାନ କରିଛନ୍ତି ଯେ ଅଗଷ୍ଟ ମଧ୍ୟଭାଗରେ ୟୁକ୍ରେନ ଯୁଦ୍ଧ ଏକ ମୋଡ଼ରେ ପହଞ୍ଚିବ ଏବଂ ଚଳିତ ବର୍ଷ ଶେଷ ସୁଦ୍ଧା ଶେଷ ହେବ।
Powered by Froala Editor