ବିଜେପି ସରକାର ସଂଘୀୟ ଢାଞ୍ଚାକୁ ଚୁରମାର କରିଦେଉଛନ୍ତି:ମମତା
କୋଲକାତା: ବିଜେପିର ଘୋର ବିରୋଧୀ କୁହାଯାଉଥିବା ମମତା ବାନାର୍ଜୀ ଲଗାତାର କେନ୍ଦ୍ର ସରକାରଙ୍କ ଉପରେ ଟାର୍ଗେଟ କରିଆସୁଛନ୍ତି। ଏବେ ସେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧିନ କେନ୍ଦ୍ର ସରକାରଙ୍କ ଉପରେ ବଡ଼ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ର ରାଜ୍ୟ ମାମଲାରେ ହସ୍ତକ୍ଷେପ କରିବା ପାଇଁ କେନ୍ଦ୍ରୀୟ ଏଜନ୍ସିକୁ ବ୍ୟବହାର କରୁଛନ୍ତି।
ଏତିକି ନେହେଁ କୋଲକାତାରେ ମମତା ଅଭିଯୋଗ କରିଛନ୍ତି ଯେ ବିଜେପିର ଶାସନ ଆଡଲଫ୍ ହିଟଲର, ଜୋସେଫ ଷ୍ଟାଲିନ କିମ୍ବା ବେନିଟୋ ମୁସୋଲିନିଙ୍କଠାରୁ ବି ଅଧିକ। ଏହି ସମୟରେ ସେ କହିଛନ୍ତି ଯେ ଗଣତନ୍ତ୍ର ରକ୍ଷା ପାଇଁ କେନ୍ଦ୍ରୀୟ ଏଜେନ୍ସି କୁ ସ୍ୱତନ୍ତ୍ରତା ଦେବା ଆବାଶ୍ୟକ। ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଆହୁରି କହିଛନ୍ତି ଯେ ବିଜେପି ସରକାର ସଂଘୀୟ ଢାଞ୍ଚାକୁ ଚୁରମାର କରିଦେଉଛନ୍ତି। ଦେଶରେ ବର୍ତ୍ତମାନ ତୁଗଲକ ଶାସନ ଲାଗୁ ହୋଇଛି।
ସେ କହିଛନ୍ତି ଯେ କେନ୍ଦ୍ରୀୟ ଏଜେନ୍ସିକୁ ସ୍ୱତନ୍ତ୍ରତା ଦେବା ସହ କୌଣସି ରଜନୈତିକ ହସ୍ତକ୍ଷେପରୁ ବାହାରେ ରହି କାମ କରିବାକୁ ଅନୁମତି ଦିଆଯାଉ। ଅନ୍ୟପଟେ ଇନ୍ଧକ ଦର ହ୍ରାସକୁ ନେଇ ମଧ୍ୟ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ମମତା ବାନାର୍ଜି। ସେ କହିଛନ୍ତି ଯେ ବିଜେପି ନିର୍ବାଚନ ପୂର୍ବରୁ ଏଭଳି କରିଥାଏ। ଉଜ୍ୱାଲା ଯୋଜନା ଅଧିନରେ ବିପିଏଲ ବର୍ଗର ଏକ ଛୋଟ ଅଂଶ । ଗରିବ ଲୋକମାନେ କିପରି ୮୦୦ ଟଙ୍କାରେ ଘରୋଇ ଗ୍ୟାସ କିଣିବେ ବୋଲି ମମତା ପ୍ରଶ୍ନ କରିଛନ୍ତି।
Powered by Froala Editor