ଅକାଳରେ କେଶ ଧଳା ହେଉଛି କି ? ରୁହନ୍ତୁ ସତର୍କ ......

ଏବେ ବିଦ୍ୟାଳୟ ଯାଉଥିବା ୧୫ ବର୍ଷ ବୟସର ପିଲାଙ୍କର ମଧ୍ୟ ଅକାଳରେ କେଶ ଧଳା ହେଉଛି । ବିଶେଷଜ୍ଞଙ୍କ ମତରେ, ଏହା ପଛରେ ବିଭିନ୍ନ କାରଣ ମାନ ରହିଛି । ପ୍ରଥମ କଥା ହେଲା ପ୍ରଦୂଷଣର ସ୍ତର ଦିନକୁ ଦିନ ବଢ଼ିବାରେ ଲାଗିଛି । ଖାଦ୍ୟପାନୀୟ ବାବଦରେ ଯେତେ ସତର୍କ ହେଲେ ମଧ୍ୟ ପ୍ରଦୂଷଣର କୁପ୍ରଭାବରୁ ଆମେ ବର୍ତ୍ତି ପାରୁନାହୁଁ । ଗାଡ଼ି ମଟର ଧୂଆଁ ସହ ଅପମିଶି୍ରତ ଖାଦ୍ୟପାନୀୟ କାରଣରୁ ମଧ୍ୟ ଅକାଳରେ କେଶ ପାଚିଥାଏ ବୋଲି ପରୀକ୍ଷାରୁ ଜଣାପଡ଼ିଛି। ଯୁବ ପିଢ଼ିଙ୍କର କେଶ ପାଚିବା ପଛର କାରଣ ହେଲା ସେମାନଙ୍କ ମାନସିକ ଚିନ୍ତା । କାମର ଚାପ ସହ ପରିବାରର ଦାୟିତ୍ୱ ବଢ଼ିଲେ ମଧ୍ୟ କେଶ ଉପରେ ପ୍ରଥମେ ପ୍ରଭାବ ପଡେ଼ । କେଶ ଦୁର୍ବଳ ହେବା ସହ ଝଡ଼ିଥାଏ ମଧ୍ୟ ।
-ପର୍ଯ୍ୟାପ୍ତ ପରିମାଣରେ ନିଦ ନ ହେବା ଅନ୍ୟତମ ମୁଖ୍ୟ କାରଣ ବୋଲି ବିଶେଷଜ୍ଞ କହିଛନ୍ତି । ଏହା କାରଣରୁ କେଶ ପାଚିବା ସହ ଖୁବ୍ ମାତ୍ରାରେ ଝଡ଼ିଥାଏ। ସକାଳେ ଜଳଖିଆ ନ କରିବା, ପନିପରିବା ଆଦି ନଖାଇବା କାରଣରୁ କେଶ ଉପରେ ଏସବୁର କୁପ୍ରଭାବ ପଡ଼ିଥାଏ।
-ପ୍ରତ୍ୟହ ଦୁଗ୍ଧଜାତ ଦ୍ରବ୍ୟ ଖାଇବା ସହ ଆବଶ୍ୟକ ପରିମାଣରେ ପାଣି ପିଅନ୍ତୁ। ପାଣି ପିଇଲେ ତାହା କେଶ ପାଇଁ ଉତ୍ତମ ପ୍ରାକୃତିକ ମଏଶ୍ଚରାଇଜର ଭାବେ କାମ କରେ । ଏସବୁ ସହ ଅଁଳା ଫଳ ନଚେତ ରସକୁ ନିଜ ଡାଏଟରେ ସାମିଲ କରନ୍ତୁ।
-ପ୍ରତ୍ୟହ ନିଜ କେଶରେ ତେଲ ମାଲିସ କରିବା ସହ ସପ୍ତାହକୁ ଥରୁଟିଏ କେଶକୁ ବାମ୍ଫ ଦେବା ଉଚିତ।
-ପେସ୍ତାବାଦାମ, କାଜୁ ଇତ୍ୟାଦି ଡ୍ରାଏଫ୍ରୁଟସ ଖାଇଲେ ମଧ୍ୟ ଅକାଳ ପକ୍ୱତାରୁ ରକ୍ଷା ମିଳିଥାଏ ।
Powered by Froala Editor